ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ 

ଲକ୍ଷ୍ମୀ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ 

ଭବାନୀପାଟଣା : ତା: ୦୫ /୧୧ /୨୦୨୬ ରିଖ ଗୁରୁବାର ଦିନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସନାତନ ମହାରଣା ଜିଲ୍ଲା କ୍ରିଡା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଶ୍ରୀ ସତ୍ୟପିର ପ୍ରଧାନ ପଞ୍ଚମେନ ଗିନୀଜ ବୁକ ଅଫ ୱାର୍ଲ୍ଡ ରେକର୍ଡ , ଶ୍ରୀ ଡି ନାଗେଶ୍ଵର ରାଓ ଚେୟାରମ୍ୟାନ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ସମୂହ , ନିର୍ଦ୍ଦେଶକ ଡି ଶ୍ୟାମ , ନିର୍ଦ୍ଦେଶକ ଡି ରାମ କୁମାର , ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା , ମୁଖ୍ୟ ଶିକ୍ଷା ଅଧିକାରୀ ଡି ପଦ୍ମିନୀ , ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ , ଆରତୀ ମିଶ୍ର ଅଧ୍ୟକ୍ଷା ବିକାଶ ଆବାସିକ ବିଦ୍ୟାଳୟ , ଡ ଆଦିତ୍ୟ ପଟ୍ଟନାୟକ ଅଧ୍ୟକ୍ଷ ବିକାଶ ଡିଗ୍ରୀ କଲେଜ, ଡ ସୁଦୀପ୍ତ ଜେନା ଅଧ୍ୟକ୍ଷ ବିବିଏ ବିସିଏ ,ଉପାଧ୍ୟକ୍ଷ ନାରାୟଣ ମହାନ୍ତି , ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ , ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ | ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାରଣା ଛାତ୍ର ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା କ୍ଷେତ୍ରରେ ସହଯୋଗ ଓ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ | ପଞ୍ଚମେନ ଶ୍ରୀ ପ୍ରଧାନ ନିଜ କ୍ୟାରିଆର ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କ ମନୋବଳ ବୃଦ୍ଧି କରିଥିଲେ | ଚେୟାରମ୍ୟାନ ଶ୍ରୀ ଡି ନାଗେଶ୍ଵର ରାଓ ବିକାଶ ଶିକ୍ଷାନୁଷ୍ଠାନରେ କ୍ରିଡାର ଭିତ୍ତିଭୂମି ଓ ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ | ଉଚ୍ଚ ମାଧ୍ୟମିକ ଛାତ୍ର ଛାତ୍ରୀଙ୍କ ଏହି ବାର୍ଷିକ କ୍ରିଡା ଉତ୍ସବ ଦୁଇଦିନ ବ୍ୟାପୀ ଚାଲିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଡି ଶ୍ୟାମ ସୂଚନା ପ୍ରଦାନ କରିଛନ୍ତି | ଅଧ୍ୟକ୍ଷା ଆରତୀ ମିଶ୍ର ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ,ଅଧ୍ୟକ୍ଷ ଡ ଆଦିତ୍ୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା |

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ମୁକ୍ତି ଆନ୍ଦୋଳନ କ୍ଷେତ୍ରରେ କଳାକାରମାନଙ୍କ ସଂପୃକ୍ତି ଏକ ମହାର୍ହ ଅବଦାନ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

Sunil Chandra Nayak

ସପ୍ତଶକ୍ତି ସଙ୍ଗମ ଆୟୋଜନ — ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ

Sunil Chandra Nayak

Leave a Comment

error: Content is protected !!