ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ ଭୋଇଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ 

ଗଣେଶ ଭୋଇଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ 

 ନର୍ଲା,୧୭|୧୧ : ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଯୁବ ସାମ୍ବାଦିକ ଗଣେଶ ଭୋଇଙ୍କୁ ମର୍ଯ୍ୟାଦାଜନକ ‘ଦେବଗିରି ବାର୍ତ୍ତା ସମ୍ମାନ-୨୦୨୬’ ପ୍ରଦାନ କରାଯିବ। ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମର ଗଣେଶ ୨୦୨୧ ମସିହାରେ ଓଡ଼ିଶା ହାଇଲାଇଟରୁ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଟିଆରଓ ୨୪ ନିଉଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରି ଆସୁଛନ୍ତି। ଏହାସହ ଜଣେ ଯୁବ ସଂଗଠକ ଭାବେ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ଆସୁଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ‘ଗୋସିଙ୍ଗ ଦୈତ୍ୟ ଦରବାର’ରେ ତାଙ୍କୁ ସମ୍ମାନିତ କରାଯିବ। ଏନେଇ ସୂଚନା ଦେଇଛନ୍ତି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

masiha

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀଙ୍କ ଦ୍ଵାରା ବହୁବିଧ ଜନମଙ୍ଗଳ କାର୍ଯ୍ୟ ସମ୍ପନ୍ନ

ଫାଶୀମାଲ ଆଞ୍ଚଳିକ ଜୁନିଅର କଲେଜରେ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!