ଓ ଜେ ୟୁ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଭବାନିପାଟଣା/ ସ୍ଥାନୀୟ ନିୟୁ ଚୟସ୍ ଲଜ୍ ଠାରେ ଓଡିଶା ସାମ୍ୱାଦିକ ସଂଘ କଲାହାଣ୍ଡି ଶାଖା, ଭବାନୀପାଟଣା ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଜିଲ୍ଲା ସଭାପତି ନିରୋଜ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କଲାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପଟ୍ଟନାୟକ ମୂଖ୍ୟ ଅତିଥି, ବରିଷ୍ଠ ସାମ୍ୱାଦିକ ସତ୍ୟ ନାରାୟଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ସାଧାରଣ ଲୋକେ ରାଜନେତା ତଥା ଲୋକ ପ୍ରତିନିଧି ଏବଂ ପ୍ରାଶାସନିକ ଅଧିକାରୀ ଙ୍କ ଠାରେ ଯେତେ ବିଶ୍ୱାସ ଓ ଭରସା କରିନଥାନ୍ତି ଗଣ ମାଧ୍ୟମ ପ୍ରତିନିଧି ଙ୍କ ଠାରେ ତାଠାରୁ ଅଧିକ ବିଶ୍ୱାସ କରି ନିଜର ତଥା ଅଞ୍ଚଳ ର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥାନ୍ତି। ତେଣୁ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ସାମ୍ୱାଦିକ ମାନେ ନିଜର ଗାରିମା ତଥା ବିଶ୍ୱାସ ଭାଜନ କୁ ସବୁଦିନ ପାଇଁ ବଳବତ୍ତର ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭବାନିପାଟଣା ଅନ୍ତର୍ଗତ ପୂରୁଣା ପଡ଼ା ଶ୍ମଶାନ ସୁରକ୍ଷା ସମିତି, ସମାଜସେବା କ୍ଷେତ୍ରରେ ଶ୍ରୀ ସଚ୍ଚିଦାନନ୍ଦ ମହାଖୁଡ଼,ସାମ୍ୱାଦିକ ମଧୁ ସିନ୍ଦୂର ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ରେହେମାନ ଅଲ୍ଲୀ, ସନ୍ତୋଷ ସିଂହ, ପ୍ରସନ୍ନ ନାୟକ, ନଳିନୀ କର, ବିକାଶ ପ୍ରଧାନ, ଅଶୋକ ଦାସ, ଲକ୍ଷ୍ମୀ ଧଙ୍ଗଡା ମାଝୀ ପ୍ରମୁଖ ଗଣତନ୍ତ୍ର ରେ ଗଣ ମାଧ୍ୟମ ର ଭୂମିକା ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ।ଅଭିରାମ ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ କରିଥିବାବେଳେ ମଧୂ ସିନ୍ଦୂର ଧନ୍ୟବାଦ୍ ଅର୍ପଣ କରିଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

