ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳିତ

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳିତ

ଲୋକପ୍ରିୟତା ଅପେକ୍ଷା ସତ୍ୟନିଷ୍ଠା ଓ କର୍ତ୍ତବ୍ୟବୋଧର ପ୍ରାଥମିକତା ଜରୁରୀ: ଜିଲ୍ଲାପାଳ

ନବରଙ୍ଗପୁର:(୧୬.୧୧.୨୦୨୬)(ରବି ନାରାୟଣ ମହାନ୍ତି)ଜାତୀୟ ପ୍ରେସ୍ ଦିବସ-୨୦୨୬ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ କର୍ତ୍ତବ୍ୟବୋଧ, ନିରପେକ୍ଷତା ଓ ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରର ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର୍ତ୍ତବ୍ୟବୋଧ ଓ ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ହିଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଅଧିକ ମଜବୁତ କରିଥାଏ। ଖବରର ଲୋକପ୍ରିୟତା ଅପେକ୍ଷା ତଥ୍ୟର ସତ୍ୟତା, ବିଶ୍ୱସନୀୟତା ଓ ଜନସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କୋରାପୁଟର ସହକାରୀ ପ୍ରାଧ୍ୟାପକ ଡ. ପ୍ରଦୋଷ ରଥ ଚଳିତ ବର୍ଷର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଉପରେ ନିଜର ସାରଗର୍ଭକ ଅଭିଭାଷଣ ରଖିଥିଲେ। ସେ ସାମ୍ପ୍ରତିକ ସାମ୍ବାଦିକତାରେ ଲୋକପ୍ରିୟତା ହାସଲ କରିବାର ପ୍ରତିଯୋଗିତା ମଧ୍ୟରେ ନୈତିକତା, ନିରପେକ୍ଷତା ଓ ସାମାଜିକ ଦାୟିତ୍ୱବୋଧକୁ ଅକ୍ଷୁଣ୍ଣ ରଖିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଉପସ୍ଥିତ ସାମ୍ବାଦିକମାନଙ୍କ ସହ ବିଷୟବସ୍ତୁ ଉପରେ ଏକ ଖୋଲା ଓ ବିସ୍ତୃତ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ବର୍ମନ ଯୋଗଦେଇ ସତ୍ୟନିଷ୍ଠା, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସାମ୍ବାଦିକତାର ମୂଳ ଆଦର୍ଶକୁ ବଜାୟ ରଖିବା ସହ ଏକ ସଚେତନ ଓ ସୁଦୃଢ଼ ଗଣତନ୍ତ୍ର ଗଠନରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସକ୍ରିୟ ଭୂମିକା ନିର୍ବାହ କରିବାକୁ ଏହି ଦିବସରେ ଆହ୍ୱାନ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏହି ଅବସରରେ ଜିଲ୍ଲାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ସେହିପରି ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସେମିଳିଗୁଡା ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Sunil Chandra Nayak

ଐତିହାସିକ ଶକ୍ତି ପୀଠରେ ମହାଶିବରାତ୍ରି

masiha

ବାତ୍ୟା ମୋନ୍ଥl ର ମୁକାବିଲା ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!