ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଚାଷ ଜମି ଜଳମଗ୍ନ,ଚିନ୍ତାରେ ଚାଷୀ , ୨- ଧରାକୋଟ ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ , ୩- ଋଷିକୁଲ୍ୟା ନଦୀରେ ଭାସିଯାଇ ବୃଦ୍ଧ ମୃତ 

ଚାଷ ଜମି ଜଳମଗ୍ନ,ଚିନ୍ତାରେ ଚାଷୀ

ଆସିକା :(୨୨/୧୧/୨୬)( ଶିବ ଶଙ୍କର ମିଶ୍ର ) ଅକବାନ ପ୍ରଭାବରେ ଧରାକୋଟ ବ୍ଲକ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ତିନି ଦିନ ଧରି ବ୍ୟାପକ ଧାନ ଫସଲ ଜମିରେ ପାଣି ଜମି ରହିଛି। ଯାହାଫଳରେ ପାଚିଲା ଧାନ ନଷ୍ଟ ହୋଇଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଧାନ ଫସଲ ଅମଳ କରିପାରୁନାହାନ୍ତି । ଗତ ଅର୍ଣବ ସମୟରେ ଅଞ୍ଚଳର ନଦୀ, କେନାଲ ହିଡ଼ ସବୁ କ୍ଷତିଗ୍ରସ୍ତ ହୋଇରହିଥିବା ବେଳେ ସେଗୁଡ଼ିକ ମରାମତି ହୋଇପାରିନାହିଁ । ଏହାର ମାତ୍ର 20 ଦିନ ପରେ ଚଳିତ ଆକବନ ଜନିତ ବର୍ଷାରେ ଧରାକୋଟ, ମୁଣ୍ଡମରାଇ, ସରଧା ପୁର, ଢ଼ଉଗାଁ,ବରଡ଼ାବିଲି, ବାହାରପୁର, ରୁଗୁମୁ, ଓଳମ୍ୱା, ଯାହାଡ଼ା, ସିଙ୍ଗିପୁର,ଜଗମୋହନ ସମେତ ଝାଡବନ୍ଧ, ଝରପାରି, ରେଡ୍ଡୀ ଦାମୋଦର ପଲ୍ଲୀ, ମଛାକୋଟ,ମାଣିକ ପୁର, ସାବା, ବଳରାମପୁର ପଞ୍ଚାୟତର ଧାନ ଓ ପନିପରିବା ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ଆକଳନ ଆରମ୍ଭ ହୋଇଛି। ଲଘୁଚାପ ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ଚାଷୀ ଉପରେ ଦାଉ ସାଧିଛି। ଋଷିକୁଲ୍ୟା, ଆଗୁଳ ନାଳ ,ନନ୍ଦିନୀ ନାଳ, ଋଷିକୂଲ୍ୟା ମୁଖ୍ୟ କେନାଲ, ମହାନଦୀ କେନାଲ ରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଯୋଗୁଁ ବିସ୍ତିର୍ଣ ଅଞ୍ଚଳ ବାଲିଚର ହୋଇଯାଇଛି। ବର୍ଷକର ଫସଲ ଉଜୁଡ଼ି ଯାଇଥିବା ଯୋଗୁଁ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି। ଏଣୁ ସରକାର ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ବନ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି।

ଧରାକୋଟ ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

ଆସିକା : (୨୨/୧୧/୨୬)(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର 18 ଗୋଟି ପଞ୍ଚାୟତ ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମାଧ୍ୟମରେ କୋମଳମତି ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଛି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ବହୁମୁଖୀ ମହିଳା ସ୍ଵାସ୍ଥ୍ୟକର୍ମୀ ବିଷ୍ଣୁ ପ୍ରିୟା ରେଡ୍ଡୀ, ସଙ୍ଗୀତାଞ୍ଜଳି ପ୍ରଧାନ, ବି ପି ଏମ ଗୋଲକ ନାରାୟଣ ଗାରିଆଗଡୁ, ହିସାବ ପରିଚାଳକ ସଂଜୟ କୁମାର ମହାରଣା, ତଥ୍ଯ ପରିଚାଳକ ଆଶୁତୋଷ ସାହୁ ଙ୍କ ଉପସ୍ଥିତିରେ କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ। ସମଗ୍ର ବ୍ଲକରେ ମୋଟ 52 ଗୋଟି ବୁଥ ,ଗୋଟିଏ ଟ୍ରାଞ୍ଜିଟ ଟିମ, ଦୁଇଟି ମୋବାଇଲ ଟିମ ମାଧ୍ୟମରେ ପୋଲିଓ ବୁନ୍ଦା ଖୁଆଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ 11,094 ଲକ୍ଷ୍ୟ ରହିଥିବା ବେଳେ ଏହା 91 ପ୍ରତିଶତ ପୁରଣ ହୋଇଛି ।

ଋଷିକୁଲ୍ୟା ନଦୀରେ ଭାସିଯାଇ ବୃଦ୍ଧ ମୃତ 

ଆସିକା :(୨୨/୧୧/୨୬)(ଶିବ ଶଙ୍କର ମିଶ୍ର ,  ଧରାକୋଟ ନିକଟସ୍ଥ ଜାନବିଲି ଅନିକଟ ରୁ ରବିବାର ସକାଳ ସାତ ଘଣ୍ଟା ସମୟରେ ମହାଦେବ ଗୌଡ (୭୬) ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବ ଧରାକୋଟ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ସୋରଡ଼ା ବ୍ଲକ ନୂଆଗଡ ନିକଟସ୍ଥ କେଶରା ଗ୍ରାମର ମହାଦେବ ଗୌଡ ଶନିବାର ଅପରାହ୍ନ ସାଢ଼େ ଚାରିଟା ସମୟରେ ଋଷିକୁଲ୍ୟା ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଭସିଯାଇଥିଲେ । ପାରିବାର ଲୋକେ ଏହା ଜାଣିବା ପରେ ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ସୋରଡ଼ା ଦମକଳ ବାହିନୀ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ରବିବାର ତାଙ୍କ ଶବ ଜାନବିଲି ଆଣିକଟ ରେ ସକାଳୁ ଲାଗିଥିବା ଲୋକେ ଦେଖିବାପରେ ଧରାକୋଟ ପୋଲିସ ଓ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଧରାକୋଟ ଅଗ୍ନିଶମ ବାହିନୀ ଶବ ଉଦ୍ଧାର ପରେ ଧରାକୋଟ ପୋଲିସ ଶବ ଉଦ୍ଧାର କରି ଥାନାରେ 15/2026 ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ମହାଦେବଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

Related posts

ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଗ୍ରୀଷ୍ମ କାଳୀନ ଶିକ୍ଷ୍ୟା ଶିବିର ଅନୁଷ୍ଠିତ

ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ନେଇ ବି.ଇ.ଓ କାର୍ଯ୍ଯାଳୟ ଘେରାଉ

Sunil Chandra Nayak

Leave a Comment

error: Content is protected !!