୩୨ ତମ ବାର୍ଷିକ କ୍ରୀଡ଼ା ସମାରୋହ
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବଡ଼ବିଲ
ଆଜି ତା୨୭-୧୧-୨୬ ରିଖ(ଶୁକ୍ରବାର) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବଡ଼ବିଲର ୩୨ ତମ “ବାର୍ଷିକ କ୍ରୀଡ଼ା” ସମାରୋହ ଉଦଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ଜାତୀୟ କିକ୍ ବକ୍ସିଂ ଓ ଉଷୁର କୋଚ୍ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରସାଦ, ଶ୍ରୀଯୁକ୍ତ ଶିଶିର କୁମାର କର୍ମକାର ଯୋଗଦେଇ ମା
ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ପରିଚ଼ୟ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ କୋଷାଧକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ୧୦ମ ଶ୍ରେଣୀ ବାଳକ ମାନଙ୍କର ୧୦୦ମି. ଦୌଡ଼ କରାଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ ବର୍ଗରେ ଭାଗ କରାଯାଇ ବାଳକ, ବାଳିକା ମାନଙ୍କର ପୃଥକ ଭାବରେ ୫୦ମି.,୧୦୦ମି., ୨୦୦ମି., ୬୦୦ ମି., ୮୦୦ ମି.,୧୫୦୦ ମି ଦୌଡ,ଲମ୍ବଡ଼ିଆଁ,ଉଚଡିଆଁ,ଗୋଳାଫିଙ୍ଗା, ଥାଳିଆ ଫଙ୍ଗା, ବର୍ଚ୍ଛା ଫିଙ୍ଗା,ସଙ୍ଗୀତ ଚୌକି, ଆଳୁଚାମଚ,ବଲପିଙ୍ଗା,ଅଙ୍କକଷା ଆଦି କ୍ରୀଡ଼ାର ଆୟୋଜନ କରାଯାଇଛି । ମୋଟ ୬୧୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କ୍ରୀଡ଼ା ତା ୨୭-୧୧ରିଖରେ ଆରମ୍ଭ ହୋଇ ତା ୨୮-୧୧-୨୬ରିଖରେ ସମାପନ ହେବ । ପ୍ରଥମ ଦିନର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଗଲା ।
ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍

