ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୀତ କୁଡିଆଣି ବେଲଦେଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବୀ 

ଗୀତ କୁଡିଆଣି ବେଲଦେଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବୀ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଳା ଅବିଭକ୍ତ କୋରାପୁଟ ଜିଲ୍ଲାର ଗୌରବ ଗୀତ କୁଡିଆଣି ବେଲଦେଇ ହରିଜନଙ୍କୁ ଝୁରୁଛି ଡାବୁଗାଁ ବ୍ଳକ ଚଚରାଗୁଡା ମାଟି ସହ ଅବିଭକ୍ତ କୋରାପୁଟ ମାଟି l ପ୍ରାୟ ୮ ବର୍ଷ ପୂର୍ବେ ବେଲଦେଇ ସ୍ଵର୍ଗାରୋହଣ କରିଥିବା ବେଳେ ସେହି ଗ୍ରାମରେ ଶୋକର ଛାୟା ସହ ଗ୍ରାମଟି ଲୋକାରଣ୍ୟ ହୋଇ ଉଠିଥିଲା l ତାଙ୍କ ଭଳି ଗୀତ କୁଡିଆଣି ଆଉ ବାହାରିବା ସାତ ସପନ l ମା ସରସ୍ଵତୀଙ୍କ ଦୟାରୁ ଘଣ୍ଟା ଘଣ୍ଟା ଧରି ମଞ୍ଚରେ ଗୀତ କୁଡିଆ ପରିବେଶଣ କରିବାରେ ଧୂରନ୍ଧର ଥିଲେ ସେ lଏଭଳି ମହୀୟସୀ ମହିଳା ସ୍ଵର୍ଗତ ବେଲଦେଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ ହୋଇଛି l ଆଦିବାସୀ ଭାଷା ସଂସ୍କୃତିର ଖ୍ୟାତି ସମ୍ପନ୍ନ ଡାବୁଗାଁ ବ୍ଳକ ଚଚରାଗୁଡାର ପ୍ରସିଦ୍ଧ ଗୀତ କୁଡିଆଣି ସ୍ଵର୍ଗତ ବେଲଦେଇ ହରିଜନ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୌରବ ଅଟନ୍ତି l ସ୍ଵର୍ଗତ ବେଲଦେଇ ପାଠଶାଠ ପଢି ନ ଥିବା ବେଳେ ବିଭିନ୍ନ ଭଙ୍ଗୀରେ ଦେଶୀଆ ଗୀତ ମନ କୁ ମନ ରଚନା କରି ଗାଉଥିଲେ, ଟିକିଏ ମଧ୍ୟ ଅଟକି ଯାଉ ନ ଥିଲେ l କ୍ରମେ କ୍ରମେ ହାଟ, ବଜାର, ମେଳା, ଯାତ୍ରା ଓ ନାଟ ଚାଲି ଥିବା ବେଳେ ସେହି ସ୍ଥାନକୁ ଯାଇ ଗୀତ ବୋଲି ଜନସାଧାରଣଙ୍କ ମନ କୁ ମୋହୁଥିଲେ ।ଏଭଳି କଳା ନେଇ ସେ ଦିଲ୍ଲୀ ସଙ୍ଗୀତ ନାଟକ ଏକାଡେମୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ମହୋତ୍ସବ “ଘୁମୁରା “,ନବରଙ୍ଗପୁର ଲୋକ ମହୋତ୍ସବ “ମଣ୍ଡେଇ” ରେ ସମ୍ମାନୀତ ହୋଇଥିଲେ l ଏପରିକି କଲିକତା ଠାରେ ଏକ ଆଦିବାସୀ ସମାରୋହରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମୁଖରେ ଗୀତ ବୋଲି ଉଚ୍ଚ ପ୍ରଶଂଶନୀୟ ହୋଇଥିଲେ l ସ୍ଵର୍ଗତ ବେଲଦେଇଙ୍କ ଜୀବନୀ ଓ ଲୋକ ସାହିତ୍ୟ ଗବେଷଣା କରାଯାଇ ବିଭିନ୍ନ ଲେଖକ ଲେଖିକାଙ୍କ ଦ୍ଵାରା ବହୁ ପୁସ୍ତକ ରଚନା କରାଯାଇଛି l ସମ୍ପ୍ରତି ଲୋପ ପାଇବାକୁ ବସିଥିବା ଗୀତ କୁଡିଆ ଓ ଗୀତ କୁଡିଆଣି ପରମ୍ପରା ସହ ଦେଶୀଆ ଭାଷା ସଂସ୍କୃତିର ସୁରକ୍ଷା ତଥା ପ୍ରସାର ପ୍ରଚାର ପାଇଁ ସ୍ଵର୍ଗତ ବେଲଦେଇଙ୍କ ପ୍ରତିମୂର୍ତ୍ତି ଡାବୁଗାଁରେ ସ୍ଥାପନ କରିବାକୁ ଆଦିବାସୀ ଭାଷା ଓ ସଂସ୍କୃତି ଗବେଷଣା ପରିଷଦ “ଦେଶୀଆ କୁଟୁମ୍ବ “ଶାଖା ଧୋଡ୍ରା ତରଫରୁ ୨୦୨୩ ମସିହାରେ ତତକାଳୀନ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶରତ ମାଝୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ସେତେବେଳେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ନାହିଁ l ଏଣୁ ଗୀତକୁଡିଆଣି ବେଲଦେଇଙ୍କ ପ୍ରତିମୂର୍ତ୍ତି ଡାବୁଗାଁରେ ସ୍ଥାପନ କରିବା ପାଇଁ ଜନସାଧାରଣ ରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନିଆଁ ଲାଗି ଧାନ ଗଦା ପୋଡ

masiha

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

masiha

ସମ୍ବାଦ-ଆମ ଓଡିଶା’ର ରକ୍ତଦାନ ଶିବିର  ରିଷିଡାରେ ୨୯ ୟୁନିଟ ରକ୍ତ ସଂଗ୍ରହ

masiha

Leave a Comment

error: Content is protected !!