ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇୱା ଧକ୍କାରେ ବ୍ୟବସାୟୀ ମୃତ

ହାଇୱା ଧକ୍କାରେ ବ୍ୟବସାୟୀ ମୃତ

ଧର୍ମଗଡ ଚେମ୍ବର ଅଫ୍ କମର୍ସ ର ସକ୍ରୀୟ ସଦସ୍ୟ ମହମ୍ମଦ ଇସଲାମ ଙ୍କ (୫୫)ଆଜି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି। ସବୁ ଦିନ ପରି ସେ ଆଜି ଦୋକାନ ବନ୍ଦ କରି ଘରକୁ ବାଇକ୍ ଯୋଗେ ଯାଉଥିବା ସମୟରେ ବ୍ଲକ କାର୍ଯ୍ୟଳୟ ନିକଟରେ ଏକ ହାଇୱା ଗାଡ଼ି ତାଙ୍କ ଉପରେ ମାଡି ଯାଇଥିଲା। ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ ଡାକ୍ତରଖାନା କୁ ଅଣାଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଧର୍ମଗଡ ଥାନା ପୋଲିସ୍ ଦୂର୍ଘଟଣା ଘଟାଇ ଥିବା ହଇୱା କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସ୍ୱର୍ଗତ ଇସଲାମ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା ରେ ଏକ ବ୍ୟାଗ ଦୋକାନ କରିଥଲେ। ଜଣେ ମେଳାପୀ ବ୍ୟବସାୟୀ ଭାବରେ ସେ ବେଶ୍ ପରିଚିତ ଥିଲେ।ତାଙ୍କର ବିୟୋଗରେ ବ୍ୟବସାୟୀ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି।

ବ୍ୟୁରୋ ରିପୋର୍ଟ….

Related posts

ହିନ୍ଦ ମଜଦୂର ସଭାର ସାମ୍ବାଦିକ ସମ୍ମିଳନୀ ଓ ସ୍ମୃତି ସଭା

Sunil Chandra Nayak

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ବାଇକ ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର 

masiha

Leave a Comment

error: Content is protected !!