ଭବାନିପାଟଣା -: (ମ ନି ସ) ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଦ୍ୟ ୨୩ ମଇ ୨୦୨୨ ରେ ଆନ୍ତୋଦୟ ଅନୁଷ୍ଠାନ ପକ୍ଷରୁ ଗ୍ରମୀୟ ସ୍ତରୀୟ ସ୍ବାବଲମ୍ବୀ ମେକାନିକ ମାନଙ୍କ ପାଇଁ ଜଳ ଓ ପରିମଳ ସମ୍ବନ୍ଧୀୟ ଏକ ଦିନିକିଆ ତାଲିମ ଅନୁଷ୍ଠିତ ହୋଯାଇଅଛି। ୟୁନିସେଫ୍ ସହାୟତାରେ ସମ୍ପୂର୍ଣ ବାର୍ତ୍ତା ପ୍ରକଳ୍ପ ଅଭିଜାନରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମ ରେ ଥୁଆମୂଲ୍ ରାମପୁର ବ୍ଲକର ସମସ୍ତ ପଞ୍ଚାୟତ ରେ ସ୍ବାବଲମ୍ବୀ ମେକାନିକ୍ ମାନେ ଯୋଗ ଦେଇ ଥିବା ବେଳେ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଦଫା ରେ ସଂଶ୍ଳିଷ୍ଟ ଛ ଟି ପଞ୍ଚାୟତ କିଆପଦର୍, ଗୁଣପୁର, ନ।କରୁଣ୍ଡି, ବିରିକୋଟ, ରାମପୁର ଓ ପ।ଡେପଦର୍ ର ସରପଞ୍ଚ ଗଣ ଓ କାର୍ଯ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇ ଅଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଜରୀଆରେ ସ୍ୱଚପିଟ, ଲିଚପିଟ ପ୍ରଭୁତି ନିର୍ମାଣ କରି ପରିତ୍ୟକ୍ତ ଜଳର ପରିଚାଳନା ,ନଳକୂପ ଗୁଡ଼ିକରେ ଖନନ ଓ ରକ୍ଷଣା ବେକ୍ଷଣ ଦିଗରେ ପଞ୍ଚାୟତ ର ଭୂମିକା ପାଇଖାନା ବ୍ଯବହାର ଉପରେ ସଚେତନତା, ଘରେ ଘରେ ପାଇପ ଜଳ ଯୋଗାଣ କାର୍ଯ୍ୟକୁ ତ୍ଵରାନିତ କରିବା ପ୍ରଭୁତି ଉପରେ ବିଷୃତ ଆଲୋଚନା କରିବା ସହିତ ଗାଁ କଲ୍ୟାଣ ସମିତି ପାଣ୍ଠି ର ସୁବିନିଯୋଗ କରି ଗାଁ ସ୍ତରରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ଉପରେ ଗୁରୁତ୍ବ ପ୍ରଧାନ କରି ଥିଲେ। ଜଳ ଉସ୍ଵ ଓ ଜଳ ବଣ୍ଟନ ବ୍ୟବସ୍ଥାରେ ପରିଚାଳନା ଓ ରକ୍ଷଣ ବେକ୍ଷଣ ପାଇଁ କେଉଁ ସଂସ୍ଥା ଏଵଂ କେଉଁ ଠିକାଦାର ଉତ୍ତର ଦାୟୀ ସେମାନଙ୍କ ଫୋନ ନମ୍ବର ପ୍ରତେକ ଗାଁରେ କାନ୍ଥ ରେ ଲେଖି ଲୋକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ଅନ୍ତୋଦୟର ଅଧ୍ୟକ୍ଷ ଦିଲୀପ କୁମାର ଦାସ ଙ୍କ ପୌରହିତ୍ଵ ରେ ଆୟୋଜିତ ତାଲିମରେ ଥୁଆମୁଲ ରାମପୁର ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରି ଶ୍ରୀଯୁକ୍ତ ଭରତ ମେହେର ମୁଖ୍ୟ ଅତିଥି, ବ୍ଲକର ସରକାରି ଯନ୍ତ୍ରୀ ଶ୍ରୀଯୁକ୍ତ ହେମ୍ରମ ଓ କନିଷ୍ଠ ଯନ୍ତ୍ରୀ ଶ୍ରୀ ମନ୍ମୋଥ କୁମାର ମୁର୍ମୁ ତାଲିମ ଦାତା ଭାବରେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଅନ୍ତୋଦୟ ପକ୍ଷରୁ ସଂଯୋଜୋକ ସଂଜୀବ ଶତପଥୀ, ରବିନାରାୟଣ ସିଂ ଓ ବିନକର ନାୟକ ସଂପୂର୍ଣ୍ଣ ବାର୍ତ୍ତା ପ୍ରକଳ୍ପ ଜରୀଆରେ ଜଳ ପରିମଳ ବ୍ୟବସ୍ଥା ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଅମର ସିଂ ମାଝୀ ଧନ୍ୟବାଦ କରି ଥିବା ବେଳେ ସ୍ବେଛସେବୀ ହୃଷିକେଶ ପାତ୍ର ସଭାପତି ଚାଳନା ରେ ସହଯୋଗ କରିଥିଲେ।