ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ବ୍ଲକ ଯାଦବ ସମାଜ ପକ୍ଷରୁ ରମାକାନ୍ତ ଗଉଡ ଙ୍କ ଶୋକସଭା

ଉତ୍କେଲା,୨୭/୦୫,ମନିସ,  କେସିଙ୍ଗା ବ୍ଲକ ଯାଦବ ସମାଜ ସଭାପତି ପାନାଲାଲ ବେମାଲ ଙ୍କ ସଭାପତିତ୍ବରେ,ସୁକୁନାଭଟା ସ୍ଥିତ ଗିରି ଗୋବର୍ଧନ ମନ୍ଧିର ପିଠରେ ସ୍ବର୍ଗତ ରମାକାନ୍ତ ଗଉଡ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ରମାକାନ୍ତ କେସିଙ୍ଗା ଏନଏସି ର ପୁର୍ବତନ ନଗରପାଳ ଭାବରେ କାମ କରିବା ସହ ସାମାଜିକ କାର୍ଯ୍ୟକ୍ରମ ରୁ ଆରମ୍ବ ଅନେକ ଭଲକାମ କରି ସମାଜସେବୀ ଭାବରେ ଅଞ୍ଚଳରେ ପରିଚିତ ଥିଲେ। ଯାଦବ ସମାଜ ର ସାଧାରଣ ସଂପାଦକ ଭାବରେ ମଧ୍ୟ ରହି ଅନେକ କାମ କରିଥିବା ତାଙ୍କରି ସହକର୍ମି ବର୍ଣନା କରିଛନ୍ତି।ଉକ୍ତ ଶୋକସଭା ରେ ବ୍ଲକ ଯାଦବ ସମାଜ ର ସଂପାଦକ ଘନଶ୍ୟାମ ଗହିର, ଦୟାସାଗର ନାଏକ, ଯାଦବ ମହାସଭାର ସଭାପତି ଗୋବିନ୍ଦ ବନଛୋର୍,ବଗାଡ ର ବସନ୍ତ ନାଏକ,ଲଇତରା ସରପଞ୍ଚ ଅଶୋକ ପୋଢ଼, ମଙ୍ଗଳ ବିଶି,ପ୍ରଶାନ୍ତ ପୋଢ ପ୍ରକାଶ କାଉନସିଲର, ମିହୀର ନାଏକ,ଚାଞ୍ଚେର ଆଞ୍ଚଳିକ ସଭାପତି ସୁଚନ୍ଦ୍ର ଗଉଡ, ପବିତ୍ର ପୋଢ଼,ଉତ୍କେଲା ର ଅର୍ଜୁନ ପୋଢ଼,କିକିଆ ଆଞ୍ଚଳିକ ସଭାପତି ପଞ୍ଚାନନ ଧଙ୍ଗଡା ମାଝୀ, ନବୀନ ଛତର ଉପସ୍ଥିତ ରହି ଶୋକସଭା ରେ ସାମିଲ ହୋଇଥିଲେ।

ଉତ୍କେଲା ରୁ  ଅର୍ଜୁନ ପୋଢ଼ ଙ୍କ ରିପୋର୍ଟ ।

Related posts

ଦଳିତ ନେତା ଜିଗ୍ନେଶ ମେୱାନିଙ୍କୁ ଆସାମ ପୋଲିସ ଦ୍ବାରା ବେଆଇନ ଭାବରେ ଗିରଫ କରିବା ବିରୋଧରେ ଦଳିତ ଅଧିକାର ମଞ୍ଚର ପ୍ରତିବାଦ

Sunil Chandra Nayak

ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ଡଃ ସୁମନ ଦତ୍ତ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!