ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ମୋଘର ମନ୍ଦିର ଆସ ଜଗନ୍ନାଥ

    ଦେବି କରି ପୂଜା ପାଠ

ନିମନ୍ତ୍ରଣ ମୋର ଅନୁରୋଧ ରକ୍ଷା

      ଭକ୍ତ ଚାହିଁ ବସେ ବାଟ।

ମୋଘର ଅଗଣା କେମିତି ରହିଛି

     ଥରେ ଦେଖି କରି ଆସ

ତୁମେ ରହିଅଛ ପ୍ରସାଦ ଭିତରେ

       ରହେ ମୁଁ ଭଙ୍ଗା ଉଆସ।

ତୁମ ସ୍ନାନ କର ନରେନ୍ଦ୍ର ପୋଖରୀ

       ମୋ ସ୍ନାନ ନାହିଁ ସେପରି

ତୁମର ଆସନ ରତ୍ନ ଖଟେ ବସ

     ମୁଁ ବସେ ଚଟାଣ ଦରି।

ତୁମେ ଖାଦ୍ୟ ଖାଓ ସୁବର୍ଣ୍ଣ ଥାଳିରେ

        ଛପନ କୋଟି ପ୍ରସାଦ 

ମୁହିଁ ଖାଏ ଖାଲି ତୁମେ ଦେଉଥିବା

      ଅନ୍ନ ପ୍ରସାଦ ସ‍ଂପଦ।

ଶୋଇବା ତୁମରି ରତ୍ନ ର ପଲଙ୍କ

     ମୁଁ ନିଦ୍ରା ଖୋଲା ଆକାଶ

ତୁମର ଭ୍ରମଣ ସାରା ଜଗତରେ

     ମୁଁ ଭ୍ରମେ ତୁମ ଆଦେଶ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଗାୟତ୍ରୀ ସିଂହ ଙ୍କ କବିତା ପାର୍ବଣେ ନବଦୁର୍ଗା

Sunil Chandra Nayak

ବାଲେଶ୍ବର – ଅଂଶୁଘାତରେ ଚାଲିଗଲା ଜୀବନ !

Sunil Chandra Nayak

କବିତା – କବିତା ଦିବସ

Sunil Chandra Nayak

Leave a Comment

error: Content is protected !!