ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ନେଇ ସେବା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ବରେ ଖଲିଆପାଲି ଶୈବ ପିଠ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଯୁବ ମୋର୍ଚ୍ଚା ସଭାପତି ନବୀନ କିଶୋର ସାହୁ, ଓବିସି ମୋର୍ଚ୍ଚା ସଭାପତି ଶିଶିର କୁମାର ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପୁଷ୍ପାଞ୍ଜଳୀ ସାହୁ, ଅନୂସୂଚିତ ଜାତି ପ୍ରେମାନିଧି ସୁନା, କୃଷକ ମୋର୍ଚ୍ଚା ସଭାପତି କୁଞ୍ଜ ସାହୁ, ଅନୂସୂଚିତ ଜନଜାତି ସଭାପତି ନିରଞ୍ଜନ ମାଝୀଙ୍କୁ ଜୁନ ମାସର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବୁଥ ସ୍ତରରେ ସମାବେଶ କରି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଉପରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଦାୟିତ୍ବ ଦେଇଛନ୍ତି। ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ସହ ପଦାଧିକାରୀ ମାନେ ମୋର୍ଚ୍ଚା ମାନଙ୍କ ସମାବେଶରେ ଯୋଗ ଦେବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ବୈଠକ ରେ ଯୋଗ ଦେଇଥିବା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ସାହୁ, ମଣ୍ଡଳ ସଂପାଦକ ଗୋପିନାଥ ସାହୁ, ଯତିନ୍ଦ୍ର ସାହୁ, ବରିଷ୍ଠ ବିଜେପି ନେତା ବିଘ୍ନ ରାଜ ସାହୁ, ଶୋଭା ସାହୁ, ଦିଲିପ ସାହୁ, ହେମନ୍ତ ସାହୁ, ମଣ୍ଟୁ ସାହୁ, ଡୋଲାମଣି ସାହୁ, ରାଜିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଭିନ୍ନ ଦାବି ନେଇ ପାଚିକା ସଂଘର ବି ଇ ଓ ଅଫିସ ଘେରାଓ

Sunil Chandra Nayak

କାଦୋପଦରରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଖଇରା ବାସୀ

Leave a Comment

error: Content is protected !!