ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ଘାଟି ରେ ଟ୍ରକ ଦୁର୍ଘଟଣା, ଚାପି ହୋଇ ଡ୍ରାଇଭର ମୃତ

କୋକସରା,୬/୬- ୨୬ ( ମ ନି ସ) ନମ୍ବର ଜାତୀୟ ରାଜପଥ ନବରଙ୍ଗପୁର ପଟୁ କଳାହାଣ୍ଡି ଆସୁଥିବା ବେଳେ ଆମପାଣି ଘାଟିରେ ଆଜି ସନ୍ଧ୍ୟା ୭ ଟା ସମୟରେ ଏକ ସାର ବୋଝେଇ ମାଲବାହୀ ଟ୍ରକ ନମ୍ବର ଏ.ପି 29 ଟି.ସି 1166 ଆମପାଣି ଘାଟି ରାସ୍ତା ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ଟ୍ରକ ରେ ଚାପି ହୋଇ ଡ୍ରାଇଭର ର ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି କୋକସରା ଅଗ୍ନିଶମ କର୍ମଚାରୀ ଙ୍କ ସହାୟତା ରେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ତଦନ୍ତ କରୁଥିବା ବେଳେ ମୃତ ଡ୍ରାଇଭର ଜଣକ ତେଲେଙ୍ଗାନା ରାଜ୍ୟ ରାଙ୍ଗାରେଡି ଜିଲ୍ଲାର ନାଲ୍ଲା ଶ୍ରୀ ନିବାସ ରେଡି (୪୫) ବୋଲି ଜଣାପଡିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related posts

ଆଦରମଣି ପ୍ରଧାନ,ଗୋଲାପୀ ଙ୍କ କବିତା ତୁମେ କିଏ

ଆଦର୍ଶ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୧୮ରେ

Sunil Chandra Nayak

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି ଚେକ୍ ଡ୍ୟାମ୍ କାମ ,ସ୍ଥାନୀୟ ଶ୍ରମିକ ବଦଳରେ ଅନ୍ୟ ପଞ୍ଚାୟତର ଶିଶୁ ଶ୍ରମିକ ନିୟୋଜିତ

Sunil Chandra Nayak

Leave a Comment

error: Content is protected !!