ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା କବିସଭାନ ବୁଢ଼ାକବି

କବିସଭାନ ବୁଢ଼ାକବି

 

ପଁର୍‌ରା ଧୁତି ଢିଲା ପିଁଧିକରି ଦିନ୍‌ଏ

କବିସଭାକେ ଯିମି ବଲି

ବାଇସ୍‌କଲ୍‌ ପେଲି ତିନ୍‌କୋଶ୍‌ ଦୂରିଆ

ପୁହୁଁଚିଲି ହେଇ ହତୋଥାଲି। ୧

 

କେତେ ଜ୍ଞନୀ କବି ଠୋଲ୍‌ ହେଇଥିବେ 

ମିଲ୍‌ବା ତାକର୍‌ ଦର୍‌ଶନ୍‌

ସାହିତ୍ଯର୍‌ ନିଶା ନି’ଉତ୍‌ରିବାର୍‌ ମନୁ

ଘାଁଟି ହେସି କବିର୍‌ ମନ୍‌। ୨

 

ପଚ୍‌ରେଇ ସମ୍‌କୁ ଅଁତ୍‌ ପାଏଲିଁ ପଛେଁ

ଟପ୍‌କିଲିଁ ଯେନ୍‌ତା ଭାବେଁ

ବାଇସ୍‌କଲ୍‌ ରଖ୍‌ବାକେ ଠାନ୍‌ ନି’ଥାଇଁ 

ବସି ନି’ପାର୍‌ଲିଁ ମୁଇଁ ଥାବେଁ। ୩

 

କବିସଭା ଥିଲା କି ନାଟ୍‌ ନାଚୁଥିଲେ

ନାଇଁ ପାରୁଥିଲିଁ ମୁଇଁ ଜାନି

ସଭେ ପିଁଧିଥା’ନ୍‌ ସଂବଲ୍‌ପୁରୀ ଦଗ୍‌ଲି

ଗୀତ୍‌ ପଢ଼ୁଥିଲେ ଘିଚିଟାନି। ୪

 

ମାଏକିନିଆଁ କବିର୍‌ ମୁହୁଁମଲ୍‌କା ଦେଖି

ଖୋବ୍‌ ଗର୍‌ଜୁ ଥିଲା ତାଲି

ମୁଗ୍‌ଫଲି ନିମ୍‌କିର୍‌ ହିସାବ୍‌ ନି’ଥାଇଁ ହୋ

ଘାଏକେଁ ହଉଥିଲା ଖାଲି। ୫

 

ମତେ ଦେଖି ଜନେ ପଚ୍‌ରାଲେ ଟେର୍‌ଚେଇ

ଇଠାନେ କାଏଁ କରୁଛ ହୋ ବବା

କବିସଭା ଜମ୍‌କିଛେ ଗଖା ଜୁଆନ୍‌ କବିକଁର୍‌

ତମ୍‌କୁ କାଏଁଯେ କିଏ ଠଟାବା।୬

 

ଦେଖୁଛ ତ ବବା ତମର୍‌ ବଏସର୍‌ କିଏ ଭି

ଜନେ ଅଧେ ଅଛନ୍‌ କାଏଁ ଇଠାନେ

ଘର୍‌କେ ଯାଇ ନାତି ନାତେନ୍‌କୁଁ ଖେଲାବ 

ଉସତ୍‌ ହେବେ ଛୁଆମାନେ। ୭

 

ମୁଇଁ କହେଲିଁ ସତ୍‌ କହୁଛୁ ରେ ବୁଆ ତୁଇ

ସେଥିଁ ମିଲ୍‌ବା ବଡ଼େ ସୁଖ୍‌

ବଏସ୍‌ ଗଲା ବଲି ଜାନିଜାନି କାଏଁଯେ

ଖଏର୍ଚା କରି ଭୁଗୁଥିମି ଦୁଃଖ୍‌। ୮

 

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ଗାଧେବାକୁ କୁ ଆସି କେନାଲ ରେ ଯୁବକ ନିଖୋଜ ଅଭିଯୋଗ, ଉଦ୍ଧାର କାର୍ଯ୍ୟ ଜାରି

Sunil Chandra Nayak

ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

Sunil Chandra Nayak

ଖଡ଼ିଆଳ ପୌର ନିର୍ବାଚନ ନେଇ କଲହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

Sunil Chandra Nayak

Leave a Comment

error: Content is protected !!