କବିସଭାନ ବୁଢ଼ାକବି
ପଁର୍ରା ଧୁତି ଢିଲା ପିଁଧିକରି ଦିନ୍ଏ
କବିସଭାକେ ଯିମି ବଲି
ବାଇସ୍କଲ୍ ପେଲି ତିନ୍କୋଶ୍ ଦୂରିଆ
ପୁହୁଁଚିଲି ହେଇ ହତୋଥାଲି। ୧
କେତେ ଜ୍ଞନୀ କବି ଠୋଲ୍ ହେଇଥିବେ
ମିଲ୍ବା ତାକର୍ ଦର୍ଶନ୍
ସାହିତ୍ଯର୍ ନିଶା ନି’ଉତ୍ରିବାର୍ ମନୁ
ଘାଁଟି ହେସି କବିର୍ ମନ୍। ୨
ପଚ୍ରେଇ ସମ୍କୁ ଅଁତ୍ ପାଏଲିଁ ପଛେଁ
ଟପ୍କିଲିଁ ଯେନ୍ତା ଭାବେଁ
ବାଇସ୍କଲ୍ ରଖ୍ବାକେ ଠାନ୍ ନି’ଥାଇଁ
ବସି ନି’ପାର୍ଲିଁ ମୁଇଁ ଥାବେଁ। ୩
କବିସଭା ଥିଲା କି ନାଟ୍ ନାଚୁଥିଲେ
ନାଇଁ ପାରୁଥିଲିଁ ମୁଇଁ ଜାନି
ସଭେ ପିଁଧିଥା’ନ୍ ସଂବଲ୍ପୁରୀ ଦଗ୍ଲି
ଗୀତ୍ ପଢ଼ୁଥିଲେ ଘିଚିଟାନି। ୪
ମାଏକିନିଆଁ କବିର୍ ମୁହୁଁମଲ୍କା ଦେଖି
ଖୋବ୍ ଗର୍ଜୁ ଥିଲା ତାଲି
ମୁଗ୍ଫଲି ନିମ୍କିର୍ ହିସାବ୍ ନି’ଥାଇଁ ହୋ
ଘାଏକେଁ ହଉଥିଲା ଖାଲି। ୫
ମତେ ଦେଖି ଜନେ ପଚ୍ରାଲେ ଟେର୍ଚେଇ
ଇଠାନେ କାଏଁ କରୁଛ ହୋ ବବା
କବିସଭା ଜମ୍କିଛେ ଗଖା ଜୁଆନ୍ କବିକଁର୍
ତମ୍କୁ କାଏଁଯେ କିଏ ଠଟାବା।୬
ଦେଖୁଛ ତ ବବା ତମର୍ ବଏସର୍ କିଏ ଭି
ଜନେ ଅଧେ ଅଛନ୍ କାଏଁ ଇଠାନେ
ଘର୍କେ ଯାଇ ନାତି ନାତେନ୍କୁଁ ଖେଲାବ
ଉସତ୍ ହେବେ ଛୁଆମାନେ। ୭
ମୁଇଁ କହେଲିଁ ସତ୍ କହୁଛୁ ରେ ବୁଆ ତୁଇ
ସେଥିଁ ମିଲ୍ବା ବଡ଼େ ସୁଖ୍
ବଏସ୍ ଗଲା ବଲି ଜାନିଜାନି କାଏଁଯେ
ଖଏର୍ଚା କରି ଭୁଗୁଥିମି ଦୁଃଖ୍। ୮
ଗଅଁଲିଆ କବି ସୁଧୀର୍ ପଂଡା