ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶେଫାଳି

ଶେଫାଳି

 

ଶେଫାଳି ହେ ତୁମେ

କମନୀୟ, ନମନୀୟ

ବାସମୟ ରଜନୀ ର

ତୁମେ ଏକା ନାୟକ l

ରଜନୀ ରେ ଫୁଟ

ଚହଟାଇ ବାସ

ସକାଳରେ ଝରିପଡ

ଧାରାଣୀର ବକ୍ଷ l

ନିଶିରେ ଫୁଟି ଚହଟାଇ ବାସ

ନାମ ତୁମ ନିଶିଗନ୍ଧା

କିଏ କହିଥିଲା ଅଭିଶପ୍ତ ତୁମେ

ପ୍ରତ୍ୟୁଷରୁ ଝରିପଡ l

ମୁଁ ତ କହିବି ଭାଗ୍ୟବାନ ତୁମେ

ତୁମ ପରି ଫୁଲ ନାହିଁ ଏ ଜଗତେ

ସୁରୁଜ କିରଣ ଛୁଏନି ତୁମକୁ

ମାଉଳେନି ତୁମ କମନୀୟ କାନ୍ତି l

ଆହୁରି ଭାବୁଛି

ଧରାରେ ପଡିବା ଫୁଲ 

ପାଏ ନାହିଁ ପୂଜା 

ଏମିତି ଫୁଲ ତୁମେ

ଧାରାକୁ ଛୁଇଁଲେ ହିଁ

ହୁଅ ତୁମେ ପୂଜା,

ତୋଳିଲେ ତୁମକୁ

ହୁଏ ନାହିଁ ପୂଜା

ଧାରାରେ ପଡିଲେ ତୁମ

ବଢେ ସୁନ୍ଦରତା l

 

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସିକା, ଗଞ୍ଜାମ

Related posts

ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

Sunil Chandra Nayak

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ପବିତ୍ର ରକ୍ଷାବନ୍ଧନ

Sunil Chandra Nayak

ଲୁହାଗାଁ ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!