ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଯୁକ୍ତା ସାହୁ ଙ୍କ କବିତା ରଜ ଆସେ

ରଜ ଆସେ

 

ରଜ ଆସେ ପହିଲି ଆଷାଢ଼ରେ

ରଜ ଆସେ ମେଘ ସବାରୀରେ

ରଜ ଆସେ ଫଲ୍ଗୁ ଧାରାରେ

ରଜ ଆସେ ରିମ୍ ଝିମ୍ ବର୍ଷାରେ

ରଜ ଆସେ ସଜବାଜ ନେଇ

ରଜ ଆସେ କୁମାରୀଙ୍କ ପାଇଁ

ରଜ ଆସେ ହଳଦୀ ମଖାରେ 

ରଜ ଆସେ ତିନି ଦିନ ପାଇଁ

ରଜ ,ପହିଲି,ସଂକ୍ରାନ୍ତି, ଭୁଇଁନହଣକୁ ନେଇ

ରଜ ଆସେ ଦୋଳି ପଟାରେ

ରଜ ଆସେ ଖିଲିପାନ ଭଙ୍ଗାରେ

ରଜ ଆସେ ପୋଡ଼ ପିଠାରେ

ରଜ ଆସେ ଆମ୍ବ,ସପୁରୀ,ପଣସରେ

ରଜ ଆସେ ଅଳତା ମେହେନ୍ଦିରେ

ରଜ ଆସେ ବାସ୍ନା ସାବୁନ ଆଉ ତେଲରେ

ରଜ ଆସେ ଟିପିଟିପି ଚନ୍ଦନ ଟିପାରେ

ରଜ ଆସେ ନୂଆ ବସ୍ତ୍ର ମାନଙ୍କରେ

ରଜ ଆସେ ତାଆସ,ବାଗୁଡି ଖେଳରେ

ରଜ ଆସେ ନାନା ମିଷ୍ଟାନ୍ନ ବ୍ୟଞ୍ଜନରେ

ରଜ ଆସେ ରଜ ଦୋଳି ଗୀତରେ

ରଜ ଆସେ ଚକୁଳି ,ମାଂସ ଝୋଳରେ

ରଜ ଆସେ ସାଙ୍ଗ ସାଥି ମେଳରେ

ରଜ ଆସେ ମନମତାଣିଆ ଗୀତ ଗାଇ

ରଜ ଏମିତି ପ୍ରତିବର୍ଷ ଆସେ ରଙ୍ଗ ନେଇ

 

 ସଂଯୁକ୍ତା ସାହୁ

 ରାହାମା
 ଜଗତସିଂହପୁର 

Related posts

ଅସୁରଗଡ ଗ୍ରାମରେ ଶ୍ରୀ ରାମଲୀଳା ଉତ୍ସବ

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ସାତ ମାଇଲି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!