ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଗାଧୁଆ ପୂନୀ 

ଗାଧୁଆ ପୂନୀ 

ମାହାପୁରୁ ହୋ ସତେ ଆଅ ତମେ କେଡ଼େ ଲବାର

ମାହାପୁରୁ ହୋ

ମାଏଝୀକେ ଛାଡି, ‘ଦିନ୍ ସାରା ଗାଧ୍‌ଲ’, (୩ ଥର)

ଇଥିଁ କାଏଁଯେ ନାଇଁ ହେବ ବେମାର। ମାହାପୁରୁ ହୋ

 

ତମର୍‌ ଭକତ୍ ଗଖା କମିହାଁ 

ତମେ ପର୍‌ଭୁ ଘର୍‌ବସିଆଁ

ବଡ୍‌ଖା ଦଦାର୍ ସାଙ୍ଗେ, ‘ବୁହେନ୍‌କେ କାଏଁ ଧରି’ (୩ ଥର)

ତଅଁରା ତଅଁରି କେନ୍‌ତା ବେଭାର। ମାହାପୁରୁ ହୋ

 

ଅରନ୍ ଗେଫି ହେଲ ଭୁଷ୍‌କା

ଭୁଷ୍‌କା ଲୁକେ ଥିସନ୍‌ ଫସ୍‌କା

ଦୁହି ଡେନା ଧରି, ‘ଗୁଧାଲେ ପଁଡାମାନେ’ (୩ଥର)

ହେଇଗଲା ପର୍‌ଭୁ ଲସମ ଜର। ମାହାପୁରୁ ହୋ 

 

ନାଇଁ ଡାକି ଲଖିଁମାତାକେ 

ବାଟ ଚାହିଁ ଅଛନ୍‌ ତମ୍‌କେ

ବିର୍ହୁନ୍ ବାଢ଼ୁନ୍‌ ହେଉ କି, ‘ସୁନାର୍ ବାଢ଼ୁନ୍‌ ହଉ’ (୩ଥର)

ମାଏକି ଆଏଜ୍ ମିଲିଯିବା ପାହାର। ମାହାପୁରୁ ହୋ

 

ମାଏଝିକେ ଥିଲେ ହୋ ଡର

ସିଧା ରୁଥି ଯାଅ ବଏଦର୍ ଘର

ଉଷୋକଷା ପିଇ, ‘ ସିଧା ଲାଙ୍ଗ୍‌ଛାଟ୍‌ ହଇ'(୩ଥର)

ଶୁଇପଡ଼ ଲୁକି ଘର ଭିତର। ମାହାପୁରୁ ହୋ

 

ମାହାପୁରୁର୍‌ ହଗା କି ମୂତା

ଜାନି ପାରୁଥିସନ୍‌ ଦେବ୍‌ତା

ସେ କଥାକେ ଆମେ ‘କେଭେଁ ନାଇଁ ପାସ୍‌ରୁଁ'(୩ଥର)

ଆମର୍‌ ଲାଗି ବନି ଯାଏସି ତିହାର। ମାହାପୁରୁ ହୋ

 

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଡ଼ା. ଦେବୀ ପ୍ରସାଦ ମିଶ୍ର 

Sunil Chandra Nayak

କୋକସରା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

ଶିକ୍ଷକ ଙ୍କ ମାଡ଼ ରେ ଭାଙ୍ଗିଲା ଛାତ୍ର ର ହାତ

Sunil Chandra Nayak

Leave a Comment

error: Content is protected !!