ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା ରଜ

   ରଜ

 ଆଦରମଣି ପ୍ରଧାନ

 

ଆଦ୍ୟ ଆଷାଢର

ପହିଲି ସୁରୁଜ

ମାଟିକୁ କରୁଛି ସ୍ପର୍ଶ,,,

ବ୍ୟାକୁଳିତ ହୃଦେ

ଭଉଣୀ ଲେଖିଛି

ଭାଇ ତୁମେ ଫେରି ଅସ,,,

 

ବରଷକେ ଆଜି 

ଆସିଅଛି ରଜ

ଦୋଳି କିଏ ବାନ୍ଧିଦେଵ,,,

ବାହା ବିଦା ବେଳେ 

କହିଥିଲ ତୁମେ

ରଜ ସଜ ଆଣିଦେବ,,,

 

ମନେ ପଡେ ଆଜି

ସାଙ୍ଗ ସାଥି ମେଳି

ରଜ ପାନ ଦୋଳିଖେଳ,,,

ମାଆ ପୋଡପିଠା

ମନେ ପଡିଗଲେ

ଆଖି ଲୁହ ଛଳ ଛଳ,,,

 

ଫେରି ଆସି ଥରେ

ଦେଖି ଯାଅ ବାରେ

ଆଦରର ଭଉଣୀକୁ,,,

କରିବିନି ଦୁଃଖୀ

ମୋ ଦୁଃଖ ଅଜାଡି

କୋହଭରା ଉଜାଣିକୁ,,,

 

ଶାଶୁଘର ବୋଲି

ପଠେଇଲ ଯାହା

ନିପଟ ସେ ମଫସଲ,,,

ଐତିହ୍ୟର ମୂଲ୍ୟ

କେ କାହୁଁ ବୁଝିବ

ମଣିଷ ତ କଲବଲ,,,

 

ସଂସ୍କାର ଦେଇଛ,

ସଂସ୍କୃତି କୁ ଭୁଲି

ରହି କି ପାରିବି ମୁଁହିଁ,,,

କରିବିନି ଅଳି

ଅଭିଯୋଗ କିଛି

ବାପାଙ୍କ ପାଖରେ ଯାଇ,,,

ସିଙ୍ଗିଟି,ଚାନ୍ଦବାଲି, ଭଦ୍ରକ

Related posts

କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରଗୁଡିକର ସମସ୍ଯାକୁ ଲୋକସଭା ଓ ବିଧାନସଭାରେ ଉପସ୍ଥାପିତ କରାଯିବ

Sunil Chandra Nayak

ନଦୀରେ ଫସି ଥିବା ଚାରି ଡ଼୍ରାଇଭରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ 

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!