ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଛେଳି କୁକୁଡ଼ାଙ୍କ କଥା 

 ଛେଳି କୁକୁଡ଼ାଙ୍କ କଥା 

ଅପର୍ତ୍ତି ସେଠୀ

        (ରମ୍ୟ ରଚନା)

ଆନନ୍ଦରେ ତାଳି ମାରିଦେଇ ଛେଳି

         କୁକୁଡ଼ାକୁ ଡାକୁଅଛି,

ଭାଡିରୁ ତୁ ଏବେ ବାହାରି ଆ’ରେ

          ଆମ ଭାଗ୍ୟ ଭଲ ଅଛି।

ଅବାରିଆ ପଡେ ଏଇ ବର୍ଷ ରଜ

         ଏକଥା କି ଜଣାନାହିଁ,

ତେଣୁ ଆମେମାନେ ଆଉ କେଇଦିନ

         ବଞ୍ଚିଯିବା‌ କିନ୍ତୁ ଭାଇ।

କୁକୁଡ଼ା କହୁଛି ଆରେ ଖାସି ଭାଇ

         ରଜ ତିନିଦିନ ଯାଉ,

କେମିତି ବଞ୍ଚିବା ମଣିଷ ହାତରୁ

        ଭାବିଛୁ‌ କି ଥରେ ଆଉ?

କେଉଁ ପ୍ରାରବ୍ଧକୁ ନେଇ ଜନ୍ମ ଆମ

      ଛେଳି କୁକୁଡ଼ା କୁଳରେ,

କେଇ ମାସ ପାଇଁ ଧରାଧାମେ ଥାଇ

       ପଡୁ ମଣିଷ ପେଟରେ।

ବିନା ମାଉଁସରେ ରଜ ପର୍ବ କ’ଣ

       ଏଠି ପାଳି ହେବ ନାହିଁ,ନା

ବିନା ମଦ ମାଂସେ ଅଗଷ୍ଟ ପନ୍ଦର

       ବାହାଘର ହେବ ନାହିଁ?ନା

ଛେଳି କୁକୁଡ଼ାଙ୍କ ତାଜା ମାଂସ ବିନା

     (କ’ଣ),ନୂଆ ବର୍ଷ ଆସିବନି,

ନା,ବିନା ଆଇଁଷରେ ବଡ‌ଓଷା ବାସି

        ଛାଡଖାଇ ଜମିବନି?

ବୁଝିହୁଏ ନାହିଁ ଏ ମଣିଷ କାହିଁ

        ଏଡେ ବୁଦ୍ଧିମାନ ହୋଇ,

ନିଜ ଖୁସି ପାଇଁ ନିରୀହ ଜୀବଙ୍କ

         ରକତେ‌ ହୋଲି ଖେଳ‌ଇ?

ଏଇ କ’ଣ ତାଙ୍କ ଶ୍ରେଷ୍ଠ ପ୍ରାଣୀ ପଦ

         ଏଇ କ’ଣ ତାଙ୍କ ଧର୍ମ,

ଏଡେ ଏଡେ ବଡ଼ ପର୍ବ ପର୍ବାଣୀରେ

          ନେଉଛି ଜୀବନ ଆମ?

ଛେଳି ପୁଣି କହେ କୁକୁଡ଼ା ଭାଇରେ

          ଗତ କାଲି କଥା ଶୁଣ,

ମୋ ମାଲିକଘରେ ଛେଳିବିକ୍ରି ପାଇଁ

          କରୁଥିଲା ଆଲୋଚନ।

ଆମ ଚାରିଗୋଟି ଖାସିଙ୍କୁ ବିକିବ

          କଂସେଇକୁ ଡାକି ଦେଇ,

ଭାବୁଛି କେମିତି ଏହି ସଙ୍କଟରୁ‌

          ବଞ୍ଚିବି କହରେ ଭାଇ?

କହୁଛି କୁକୁଡ଼ା ଚାଲ ଖସିଯିବା

         ସମସ୍ତଙ୍କୁ ଡକାଇବା,

ଶ୍ରୀ ବଳଦେବଙ୍କ ଛାମୁରେ ଯାଇକି

         ଅଭିଯୋଗ ଜଣାଇବା।

ପ୍ରଭୁଙ୍କ ଦୁଆରେ‌ ଛେଳି ଓ କୁକୁଡ଼ା

         ଶହଶହ ମିଳିଗଲେ,

ମହାପ୍ରଭୁ ତାଙ୍କ ଅଭିଯୋଗ ଶୁଣି

        ଯମରାଜାଙ୍କୁ ଡାକିଲେ।

ମଦ,ମାଛ, ମାଂସ ବାରଣ ପାଇଁକି

        କଟକଣା ଲଗେଇଲେ,

ଏସବୁ ଖାଇବା ମଣିଷ ପଛରେ

       ରୋଗ ମାନଙ୍କୁ ଖଞ୍ଜିଲେ।

ଡାଇବେଟିସ ଓ ଗ୍ୟାସ, କ୍ଯାନ୍ସର

       ହାର୍ଟ ଆଟାକଙ୍କୁ ଡାକି,

କହିଲେ ମାଂସାସୀ ମଦୁଆ ଲୋକଙ୍କ

       ଜୀବନ ଖାଅ ହେ ଗ୍ରାସୀ‌।

ଏହି ରାୟ ଦେଇ ରେବତୀର ସାଇଁ‌

        ଛେଳି କୁକୁଡ଼ାଙ୍କ କହି,

ମଣିଷ ଜନମ ଆଗକୁ ଲଭିବ

        ମନ ଦୁଃଖ କର ନାହିଁ।

ତୁମକୁ ଯିଏ ସେ ନିଜ ସ୍ବାର୍ଥ ପାଇଁ

        ପାଳି ଶେଷେ‌ ବିକୁଅଛି,

କିଣିବା,ଖାଇବା,ଦେଖିବା,ରାନ୍ଧିବା

        ମାରିବା ଯେତେକ ଛନ୍ତି।

ସମସ୍ତେ ସମାନ ଭାଗିଦାରୀ ହେବେ

        ଜୀବବଧ ପାପ ପାଇଁ,

ଆର ଜନମକୁ‌ ଛେଳି, କୁକୁଡ଼ା ଓ

        କୁକୁର ହୋଇବେ ସେହି।

ଏହି ଆସ୍ଵାସନ‌ ରେବତୀ ରମଣ

        ଦେଇ ତାଙ୍କୁ କଲେ ଶାନ୍ତି,

ଏଭଳି ଦୟାଳୁ ଠାକୁର ବଳିଆ

         କହେ ଏ ମୂର୍ଖ ଅପର୍ତ୍ତି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

 

Related posts

ରାଇରଙ୍ଗପୁର କୋର୍ଟ ; ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

ସାମ୍ବାଦିକଙ୍କୁ ଏଏସପିଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରା ଘଟଣା, ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମହା ସଂଘର ଦାବିପତ୍ର ଓ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

Leave a Comment

error: Content is protected !!