ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଜ ପାନ

ରଜ ପାନ

ମାନଗୋବିନ୍ଦ ସ୍ବାଇଁ

 

ଖାଇ ରଜପାନ ସ୍ମୃତି ରହେ ଦିନ

    ବନ୍ଧୁ ମିଳନର ଭାବ

ଓଡ଼ିଶା ସଂସ୍କୃତି ଏମିତି ରହିଛି

    ରଜ ପର୍ବ ଏ ଗୈାରବ।

ସରବେ ଜୁହାର ରଜର ଆହାର 

    ଖାଇ ନିଅ ରଜପାନ

ମଧୁର ବଚନ ପରସ୍ପର ଭାବ

    ନିଜକୁ ରଖ ସମ୍ମାନ।

ରଜ ପାନ ବାନ୍ଧେ ବନ୍ଧୁତା ସଂପର୍କ

    ଖାଇ ଓଠ କରି ନାଲି 

ପାନଖାଇ ଦୋଳି ଖେଳରେ ବସିଲେ

    କଣ୍ଠ ସ୍ବର ଆସେ ମେଲି।

ପଲ୍ଲୀ ରୁ ସହର ରଜ ଦୋଳି ଖେଳ

    ଗଛ ମୂଳରେ ଗହଳି

ପାନ ଖିଆ ପାଟି ନାଲି ନାଲି ଦିଶେ

   ଝରୁଛି ଏ ପଦାବଳୀ।

ରଜ ପାନ ଖିଆ ସଭିଙ୍କ ଭିତରେ

    ଆନନ୍ଦ ର ମହାଦିନ

ପରସ୍ପର ବନ୍ଧୁ ପାନ ଖାଇ ଭାବ

     ସ୍ମୃତି ତାଙ୍କ ଚିରଦିନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବେନରା ଗ୍ରାମପଞ୍ଚାୟତ – ୧୦ଗୋଟି ଗଠିତ  ଯୁବକ ସଂଘ ମଧ୍ୟରୁ ମାତ୍ର ତିନୋଟି ଯୁବକ ସଂଘ  ପାଳିଲେ ବନମହୋତ୍ସବ 

Sunil Chandra Nayak

ଦୁନିଆରେ ମାନବିକତା ବଞ୍ଚିଛି ! ସ୍କୁଲ ଶିକ୍ଷକ ଅଶୋକ ଗିରି ରାସ୍ତାରୁ ପାଇଥିବା ପର୍ଶ, ଦସ୍ତାବିଜ ଏବଂ ୨୦ ହଜାର ଟଙ୍କା ଫେରାଇ ମହନୀୟତା ପ୍ରଦର୍ଶନ 

Sunil Chandra Nayak

ସାପ କାମୁଡାରେ ଯୁବକର ମୃତ

Sunil Chandra Nayak

Leave a Comment

error: Content is protected !!