ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ସଂସ୍କୃତି ବିନା ସଭ୍ୟତା ବଞ୍ଚିବା ଅସମ୍ଭବ

ଆଦର୍ଶ ରଜ ଉତ୍ସବର ୫ମ ସନ୍ଧ୍ୟାରେ ଅସମ୍ଭବ ଭିଡ

ଆନନ୍ଦପୁର -:   ସଂସ୍କୃତି ଗୋଟିଏ ସଭ୍ୟତାର ପରିଚୟ ବହନ କରେ। ସଂସ୍କୃତି ବିନା ସଭ୍ୟତା ବଞ୍ଚି ରହିବା ଅସମ୍ଭବ। ଆଦର୍ଶ ରଜ ଉତ୍ସବର ୫ମ ସନ୍ଧ୍ୟାରେ ଆଜି ଏଭଳି ମତ ରଖିଛନ୍ତି ମଞ୍ଚାସିନ ଅତିଥିଗଣ। ସଂଘର ସଭାପତି ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ ମୁଖ୍ୟ ଅତିଥି, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁରଜ୍ ସୂର୍ଯ୍ୟବଂଶୀ ବିଶେଷ ଅତିଥି, ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଂପାଦକ ସୂର୍ଯ୍ୟ ନାରାୟଣ କର, ଟ୍ରକ୍ ମାଲିକ ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର ରାଉତ, ବିଜେପି ଯୁବନେତା ପ୍ରକାଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମେଧା ଅନ୍ୱେଷଣରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି ସନ୍ଧ୍ୟାରେ ଆୟୋଜିତ ପିଠା ପ୍ରତିଯୋଗିତା ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା। ଅନ୍ୟପକ୍ଷରେ ଆଜି ଦଉଡ଼ି ଡ଼ିଆଁ, ପୁଚୀ, ଶଙ୍ଖନାଦ, ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଂଘ ଉପସଭାପତି ଧବଳେଶ୍ଵର ସାହୁ, ସୌମ୍ୟରଞ୍ଜନ ସାହୁ, ରାଜକିଶୋର ସାହୁ, ସୁଶାନ୍ତ ସାହୁ, ବିଶ୍ଵନାଥ ସ୍ୱାଇଁ, ବଳରାମ ସାହୁ, ମହେଶ୍ୱର ସାହୁ, ଦାମୋଦର ସାହୁ, ସୁଶିଲ ସାହୁ, ଲଳିତ ସାହୁ, ପ୍ରତାପ ନାୟକ, ଶାଶ୍ଵତ ସାହୁ, ସୀତାରାମ ସାହୁ, ବିଦିଶା ଚକ୍ରବର୍ତ୍ତୀ, ବିଦିପ୍ତା ଚକ୍ରବର୍ତ୍ତୀ ପ୍ରମୁଖ ପରିଚାଳନା କରିଥିଲେ। ଆଜି ରଜ ଉତ୍ସବ ଓ ବାଣିଜ୍ୟ ମେଳାରେ ଅସମ୍ଭବ ଭିଡ ହୋଇଛି। ଆସନ୍ତାକାଲି ରଜ ଉତ୍ସବ ଉଦଯାପିତ ହେବ ବୋଲି ଯଜ୍ଞ ପ୍ରସାଦ ସୂଚନା ଦେଇଛନ୍ତି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ୍ ର ହିନ୍ଦୀ ଶିକ୍ଷକ ବାସୁଦେବ ସେନାପତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ବିପଦ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବୋଲ ବମ

Sunil Chandra Nayak

Leave a Comment

error: Content is protected !!