ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ପରିବାର କୁ ନ୍ୟାୟ ଦେବା ପାଇଁ ସହାୟତା ର ହାତ ବଢାଇଲା ଅଲ୍ ଓଡିଶା ସେଡୁଲ୍ କାଷ୍ଟ ଫେଡରେଶନ

ଜୁନାଗଡ଼ ,୧୬/୬(ମ ନି ସ) ଜୁନାଗଡ ଥାନା ଅନ୍ତର୍ଗତ ପଳାଶ ଗାଁ ର ସୁରେନ୍ଦ୍ର ବାଗ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ର ଏଲ୍ ଆଣ୍ଡ ଟି କମ୍ପାନୀ ରେ କର୍ଯ୍ୟ କରି ତାହାର ପରିବାର ପୋଷଣ କରୁଥିଲା,,,ଗତ ତାରିଖ ୪.୬.୨୦୨୨ ଲାଞ୍ଜିଗଡ ରୁ ବାହାରି ମୋଟର ସାଇକଲ ଯୋଗେ ନିଜ ଗାଁ କୁ ଫେରୁଥିଲେ, ସନ୍ଧ୍ୟା ସମୟରେ ଭବାନିପାଟଣା ନକତିଗୁଦା ଛକ ଠାରେ ଏକ ଜେ ସି ବି ଦୁର୍ଘଟଣା ଘଟାଇ ଚାଲିଗଲା,,ସୁରେନ୍ଦ୍ର ବାଗ ର ଡ଼ାହାଣ ଗୋଡ ଦୁର୍ଘଟଣା ସ୍ଥଳରେ ହିଁ ଛିଣ୍ଡି ଗଲା,,ତାପରେ ଆମ୍ବୁଲାନ୍ସ ଯୋଗେ ଭବାନିପାଟଣା ସରକାରୀ ହସ୍ପିଟାଲ୍ ନିଆଯାଇଥିଲା,କିନ୍ତୁ ଡକ୍ଟର ଉଚ୍ଚ ଚିକିସ୍ଥା ପାଇଁ ବୁର୍ଲା ଡ଼ାକ୍ତରଖାନା ପଠାଇ ଦେଇଥିଲେ,,,ସୁରେନ୍ଦ୍ର ବାଗ ବର୍ତ୍ତମାନ ଗୋଟିଏ ଗୋଡ଼ ହରାଇ ବିକଳାଙ୍ଗ।ଗତ ୪ ତାରିଖ ରେ ଭବାନିପାଟଣା ଟାଉନ ଥାନାରେ କେସ ରେଜିଷ୍ଟ୍ରେସନ ହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇ ଥିବା ଜେ ସି ବି ର ପତା ପୋଲିସ ପାଇ ପାରୁନାହିଁ,ଏହି ପରିପ୍ରେକ୍ଷୀରେ ପୀଡ଼ିତା କୁ ନ୍ୟାୟ ଦେବା ପାଇଁ ଆଜି ଏଓଏସସି ଏଫ ସଭାପତି ଧନଞ୍ଜୟ ଦୀପ ଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଛବି ଲାଲ ନିଆଲ. ସୁଶୀଲ କୁମାର ବାଗ ଉପସ୍ଥିତି ରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରି ଦୁର୍ଘଟଣା ରେ ବିକଳାଙ୍ଗ ହୋଇଥିବା ସୁରେନ୍ଦ୍ର ବାଗ ଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବାଗ ପରିବାରଙ୍କୁ ନ୍ୟାୟ ଦାବିକରିଥିଲେ ।,ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଅତି କମ୍ ଦିନ ମଧ୍ୟରେ ଦୁର୍ଘଟଣା ଘଟାଇ ଥିବା ଜେ ସି ବି କୁ ଚିହ୍ନଟ କରାଯିବ ଏବଂ ସରକାର ତରଫରୁ ଆର୍ଥିକ ସହାୟତା ର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।,

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ବାଗତ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସବୁ କୃଷ୍ନମୟ

Sunil Chandra Nayak

ଗାଁ ଦଶହରାରେ ରାତିରେ ଜମୁଛି ଜୁଆ ଖେଳ , ପୋଲିସ ପ୍ରସାଶନର ଦୃଷ୍ଟି ପଡୁ 

Sunil Chandra Nayak

Leave a Comment

error: Content is protected !!