ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ୍ୟୁ

ଥୁଆମୂଳ ରାମପୁର:୧୮/୬- ମ.ନି.ସ:- ମଟର ସାଇକେଲ ଦୁର୍ଘଟଣାରେ ଶିକ୍ଷକ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଜାମଗୁଡା ଗ୍ରାମର ଶିକ୍ଷକ କହ୍ନେଇ ନାଏକ ବୋଲି ଜଣାପଡିଛି। ସେ ଥୁଆମୂଳ ରାମପୁର ଥାନା ଅଧିନରେ ଥିବା କାଣିଗୁମା ଗ୍ରାମପଞ୍ଚାୟତ ତାରାଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଶିକ୍ଷକ ନିଜ ମଟର ସାଇକେଲ ଯୋଗେ ସ୍କୁଲ ରୁ ନିଜ ଗ୍ରାମକୁ ଫେରୁଥିବା ବାଟରେ ହିଁ ମଟର ସାଇକେଲ ଭାରସାମ୍ୟ ହରାଇବାରୁ ଛପାଘାଟ ବ୍ରିଜ୍ ତଳକୁ ଖସିପଡିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିବା ନେଇ କାଣିଗୁମା ସରପଞ୍ଚ ଶ୍ରୀ ଧ୍ରୃବ କାନ୍ତ ମାଝୀ ପୁଲିସକୁ ସୂଚନା ଦେଇଥିବା ଜଣାଯାଏ।ଖବର ଲେଖିବା ପୂର୍ବରୁ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଚକଡ଼ା ରୋଗପୋକ ରେ କ୍ଷତିଗ୍ରସ୍ତ ଚାଷୀ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

ଝୁଲେନବର ଗ୍ରାମରେ ଘଟିଛି ଅଭାବନୀୟ ଘଟଣ। , ଛୁଆ ଙ୍କ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ମାଡ

Sunil Chandra Nayak

Leave a Comment

error: Content is protected !!