ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

ପିଠିଆ ବଳଦ ମୁଁ

 

  ଅପର୍ତ୍ତି ସେଠୀ

        (ରମ୍ୟ ରଚନା)

 

ହଁ,ପିଠିଆ ବଳଦ ମୁଁ,

ଯେତେଇଚ୍ଛାବୋଝ ଲଦମୋ ପିଠିରେ

          ହେବିନି ମୁଁ ହୁଁ ଚୁଁ….

ପିଠିଆ‌ ବଳଦ ମୁଁ…..।

ତମର ସେଥିରେ ଯାଏଆସେ କେତେ

       ପିଠି ଛିଣ୍ଡୁ ପଛେ ମୋର,

ଅସହ୍ୟ ଯନ୍ତ୍ରଣା ହେଉପଛେ ଯାହା

       ଚଢାଅ‌ ଛାଟ ପାହାର‌,

ଯେଣୁ ମୁଁ ପିଠିଆ‌ ସଭିଙ୍କ ବେଠିଆ‌

        ସାଜିଛି ମୁଁ ବୋଲକରା,

ତୁଣ୍ଡ ମୋ ଖୋଲିଲେ ମୁଣ୍ଡ ଚାଲିଯିବ‌

         ଏହି ମୋ ବ୍ୟକ୍ତିତ୍ଵ ପରା,

ଅଦେଖା ବେଦନା ଅସହ୍ୟ ଯନ୍ତ୍ରଣା

        ସହିବାକୁ ନାହିଁ ଯୁଉ‌..

ହଁ,ପିଠିଆ‌ ବଳଦ ମୁଁ…..।

ମୁଁ ଆଉ ମୁଁ ମୋର ହେଇ ନାହିଁ

      କେଳାର ପୋଷା ମାଙ୍କଡ,

ତାହା ଇଶାରାରେ‌ ହଁ ନା ‌କରି

       ଟୁଙ୍ଗାରୁଛି‌ ମୁଣ୍ଡ ମୋର ,

ଇଚ୍ଛା ବି ନ ଥିଲେ ବାଧ୍ଯେ‌ ଖେଳକରେ‌

      ଖରା ହେଉ ଧୂ‌ ଧୂ‌ …..

ହଁ, ପିଠିଆ‌ ବଳଦ ମୁଁ……।

ନିଜସ୍ଵ ହରାଇ ପରାଧୀନ ଆଜି

      ବେକେ‌ ପଘା ବନ୍ଧା ମୋର,

ହଳ ବୁଲ‌ଉଛି ବେଙ୍ଗଳା‌ ଘାଣ୍ଟୁଛି‌

       ଟାଣି ପାରେ ବି ଶଗଡ଼,

ରୋଜଗାର କରି ଅର୍ଥ ଆଣେ ମୁଁ

       ଭୋଗ କରୁଥାରେ ତୁ….

ହଁ,ପିଠିଆ‌ ବଳଦ ମୁଁ……।

ଦୁଃଖର ଗଣ୍ଡିରା‌ ଯନ୍ତ୍ରଣାର ଦାଉ

     ସମସ୍ୟାର ବୋଝ ବୋହି,

ପଡ଼ି ଉଠି ବାଟ କଷ୍ଟରେ ଚାଲୁଛି

      ପର ଗ୍ରହଦଶା‌ ନେଇ,

ତଥାପି ମୋ ପ୍ରତି ନାକ ଟେକୁଅଛ

      ଛେପ ଛାଟି ଥୁ‌ ଥୁ‌ ……

ହଁ, ପିଠିଆ‌ ବଳଦ ମୁଁ……।

ଦସ୍ୟୁ ରତ୍ନାକର ଭଳି ପାପଧନ

      ଦେଲେ ତୁମେ ଖୁସି ହୁଅ,

କବି ବାଲମୀକ‌ ପଥ ମୁଁ ଧ‌ଇଲେ

      ଅନ୍ଧର୍ଥ‌ ପୁଣି ଲଗାଅ,

ପାଞ୍ଚଣ ମାଡଠୁଁ‌ ତୁମ ବାକ୍ଯବାଣ‌

      ମାରେ ବଞ୍ଚି ଥାଉ ଥାଉ…

ହଁ, ପିଠିଆ‌ ବଳଦ ମୁଁ…..।

ସଂସାର ମୋହର ସେ ଭଙ୍ଗା ଗୁହାଳ

      ଦିନରାତି ମଶା ଖାଉ,

ମଶା କାମୁଡ଼ିଲେ ପିଠେଇଯାଏ ମୁଁ

      ଯନ୍ତ୍ରଣା ଯେତେ ବା ହେଉ,

ତଥାପି ମୁଁ ପରପାଇଁ ନିତି ମରେ

      ଯିଏ ମୋ ରକତ‌ ପିଉ….

ହଁ, ପିଠିଆ‌ ବଳଦ ମୁଁ……।

କଟକର ଚିନ୍ତା ବାଇମୁଣ୍ଡିକି ଯେ

     ମୋ ଚିନ୍ତା ତୁମରି ସୁଖ,

ନିଜ କ୍ଷମତାରୁ ଅଧିକ ବୋହିଲେ‌

      ଡାକେ ବଳଦେବ‌ ରଖ,

ମୋ ଦେହ ଗାଡ଼ିର ମାଲିକ ଅଟନ୍ତି

       ବଡ ଦିଅଁ ମହାବାହୁ….

ହଁ, ପିଠିଆ‌ ବଳଦ ମୁଁ……।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କଳାହାଣ୍ଡି ଏସପି ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି  ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!