ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଉପକାରାଗାରରେ ଆର୍ଟ ଅଫ୍ ଲିଭିଂ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମୟୂରଭଞ୍ଜ – ୨୧/୬/୨୨ (ମସିହା) ୨୧ ଜୁନ ଆନ୍ତର୍ଜାତୀୟ ଯୋଗ ଦିବସ ।ସାରା ବିଶ୍ବରେ କୋଣେ ଅନୁକୋଣେ ଆଜି ଯୋଗ ଦିବସ ପାଳନ କରାଯାଉଛି ।ଏହି ପବିତ୍ର ଦିବସରେ ରାଇରଙ୍ଗପୁର ଉପକାରାଗାରରେ ଆର୍ଟ ଅଫ୍ ଲିଭିଂ ଅନୁଷ୍ଠାନ ପକ୍ଷରୁ ରାଇରଙ୍ଗପୁର ଶାଖାର ମୁଖ୍ୟ ପ୍ରାଧ୍ୟାପକ ଡଃ ପି ଏସ ମାଣିକେଶ୍ଵରୀ ଉପସ୍ଥିତ ଅନ୍ତେବାସୀଙ୍କୁ ଯୋଗ ଦିବସର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ଜୀବନକୁ ଶୃଙ୍ଖଳିତ,ସୁସ୍ଥ ଶାରିରୀକ ଗଠନଓ ମାନସିକ ଶାନ୍ତି ପାଇଁ ସାହାଯ୍ୟ କରିଥାଏ । ମନ ଓ ବିବେକକୁ ନିୟନ୍ତ୍ରଣ କରି ରଖିଥାଏ ଯୋଗ।ଜୀବନକୁ ସୁମାର୍ଗରେ ବିତାଇବା ପାଇଁ ରାସ୍ତା ଦେଖାଇଥାଏ ।ଏହି ଯୋଗ କାର୍ଯ୍ୟକ୍ରମକୁ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ମାନବ ସମ୍ବଳ ପ୍ରାଧ୍ୟାପକ ଏବଂ ଆର୍ଟ ଅଫ ଲିଭିଂର ପ୍ରଶିକ୍ଷିକା ଡଃ ବିଜୟା ମହାନ୍ତି ଆସନ,ଯୋଗ, ପ୍ରାଣାୟମ, ଶାନ୍ତି ମନ୍ତ୍ରପାଠ କରାଇ ଆଜିର ଦିବସରେ ବିଶ୍ଵଶାନ୍ତି ନିମ୍ନନ୍ତେ ପ୍ରାର୍ଥନା କରିବାକୁ ଅନ୍ତେବାସୀଙ୍କୁ ଅନୁପ୍ରାଣିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପକାରାଗାର ଅଧୀକ୍ଷକ ବୁଲୁ ମାଟିଆ,ସହକାରୀ ଜେଲର ମଦନ ମୋହନ ସାମଲ, ଫାର୍ମାସିଷ୍ଟ ସୁମନ୍ତ ଶେଖର ହେମ୍ବ୍ରମ, ମୁଖ୍ୟ ଓ୍ବାର୍ଡର ଶ୍ରୀକାନ୍ତ ରାଉତ,ବିଜୟ ବେହେରା ଏବଂ ଅନ୍ୟ ଜେଲ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାକୁ ସଫଳ କରାଇଥିଲେ ।ଏହିଭଳି ଆଧ୍ୟାତ୍ମିକ ଓ ଯୋଗ କାର୍ଯ୍ଯକ୍ରମର ଜେଲ ପରିସରରେ ଆବଶ୍ୟକତା ରହିଛି । ଅନ୍ତେବାସୀ ମଧ୍ୟ ଏଭଳି ସତମାର୍ଗ ଯୋଗର ମହାନ ଉଦ୍ଦେଶ୍ୟ ଉପରେ ଅବଗତ ହୋଇ ନିଜକୁ ଧନ୍ୟ ମଣିବା ସହ ଆନନ୍ଦିତ ଓ ଅନୁପ୍ରାଣିତ ହୋଇଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ।

Related posts

ଚିନ୍ମୟୀ ସାହୁ ଙ୍କ କବିତା ବିଘ୍ନହର ବିଘ୍ନରାଜ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ହୃଷୀକେଶ ଜାଲି ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!