ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ପ୍ରଶାନ୍ତ କୁମାର

ବାଲେଶ୍ବର,୨୧/୬/୨୨- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ଗତ ତା ୧୯/୬/୨୨ ରିଖ ରବିବାର ଦିନ ଆସ କିଛି ଜାଣିବା ବା ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର ଅର୍ଥ ସାଧାରଣ ଜ୍ଞାନରେ କାହାର କେତେ ଦକ୍ଷତା ଅଛି ଏହି ପ୍ରତିଯୋଗିତା ମାଧ୍ୟମରେ ନିର୍ଦ୍ଧାରଣ କରିବା । ଏହି ରାଜ୍ୟ ସ୍ତରୀୟ ସାଧାରଣ ଜ୍ଞାନ/ଆସ କିଛି ଜାଣିବା/ମେଧାଅନ୍ବେଷଣ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ଯଥା-ଏଲୀ ଦାସ, ଢେଙ୍କାନାଳ, ରଶ୍ମିତା ଧଳ, କଟକ, ସଙ୍ଗୀତା ନାଏକ, ରାୟଗଡା, ପ୍ରିୟମ୍ବଦା ରାଉତ, ମାଲକାନଗିରି, ସଞ୍ଜୁକ୍ତା ସାହୁ, ଜଗତସିଂହପୁର, ପ୍ରଶାନ୍ତ କୁମାର ଦାସ, ଆଳଦା, ଖଇରା, ବାଲେଶ୍ବର, ଦେବାଶିଷ ପଟ୍ଟନାୟକ, କଟକ, ସରୋଜ କୁମାର ବେହେରା, ଭଦ୍ରକ, ସବିତା ଶତପଥୀ, ଭୁବନେଶ୍ୱର, ରଞ୍ଜୁଲତା ପାଢୀ, ସୁନ୍ଦରଗଡ଼, ସଂହିତା ଜେନା, ଜଗତସିଂହପୁର, ଦେବେନ୍ଦ୍ର ମିଶ୍ର, ବୌଦ୍ଧ, ମମତାରାଣୀ ଶତପଥୀ, ଗଞ୍ଜାମ, ମିନତୀ ସେଣ୍ଡ, ବାଲେଶ୍ବର, ଦ୍ରୌପଦୀ ମହାପାତ୍ର, କେନ୍ଦ୍ରାପଡା, ଈଶ୍ବରୀ ବେହେରା, ବାଲେଶ୍ବର, କୃଷ୍ଣା ମିଶ୍ର, ଛତିଶଗଡ଼, ଅରୁଣ କୁମାର ମହାପାତ୍ର, ଗଞ୍ଜାମ ପ୍ରମୁଖ ମୋଟ ୧୮ ଜଣ ଭାଗ ନେଇଥିଲେ । ସେଥିମଧ୍ୟରୁ ପ୍ରଶାନ୍ତ କୁମାର ଦାସ ପ୍ରଥମ ସ୍ଥାନ, ଏଲୀ ଦାସ, ଢେଙ୍କାନାଳ ଦ୍ବିତୀୟ ସ୍ଥାନ ଓ ମମତାରାଣୀ ଶତପଥୀ, ଗଞ୍ଜାମ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ଅଞ୍ଚଳ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ସମୀକ୍ଷା କରିଥିଲେ ସୁ ସାହିତ୍ୟିକା ଓ ଶୁଶୁ ମନ୍ଦିର ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ । ବାର୍ଷିକ ଉତ୍ସବରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନକୁ ମିଳିବ ସମ୍ମାନ । କିନ୍ତୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଶାନ୍ତ କୁମାର ପାଇବେ ସ୍ବତନ୍ତ୍ର ସମ୍ମାନ । ସମସ୍ତ ପ୍ରତିଯୋଗୀଙ୍କୁ ବାର୍ଷିକ ଉତ୍ସବକୁ ଆସିବା ନିମନ୍ତେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଅନୁରୋଧ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅଭିନନ୍ଦନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସା‌ହିତ୍ୟିକ ଓ ସାମ୍ବାଦିକ

Sunil Chandra Nayak

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!