ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିପରି ଭଗବାନ ଶିବ ସର୍ବତ୍ର ବିଦ୍ଯମାନ, ଆସନ୍ତୁ ଜାଣିବା

କିପରି ଭଗବାନ ଶିବ ସର୍ବତ୍ର ବିଦ୍ଯମାନ, ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ଆପଣ ଯେତେ ବେଦ ଓ ପୁରାଣ ପଢିବେ ସେତିକି ଶାନ୍ତି ଅନୁଭବ କରିବେ । ଏହା ଭିତରେ ବହୁତ ରହସ୍ଯ ମଧ୍ୟ ଲୁଚି ରହିଛି । ଅଧିକାଂଶ ଲୋକଙ୍କ ଧାରଣା ଏହା ଯେ, ଶିବ ହିଁ ଶଙ୍କର ଅଟନ୍ତି । ତେଵେ ବେଦ ପୁରାଣ ପଢିବା ଦ୍ବାରା ଆମେ ଜାଣିପାରିବା ଯେ, ପ୍ରକୃତରେ ସତ୍ୟ କ’ଣ ? ଦୁନିଆରେ ବହୁତ ଲୋକ ଶିବ ଏବଂ ଶଙ୍କରଙ୍କୁ ଏକ ବୋଲି ବିଶ୍ୱାସ କରନ୍ତି । ପ୍ରକୃତ ପୌରାଣିକ କଥା ହେଉଛି ଶଙ୍କର ଭଗବାନଙ୍କୁ ମହେଶ ମଧ୍ୟ କୁହାଯାଏ । ତ୍ରିମୂର୍ତ୍ତିଙ୍କ ମଧ୍ୟରେ ମହେଶ ଅନ୍ତର୍ଭୁକ୍ତ । ବ୍ରହ୍ମା, ବିଷ୍ଣୁ ଏବଂ ମହେଶ । ଏହି ତ୍ରିମୂର୍ତ୍ତିଙ୍କର ଆକାର ରହିଛି । ଯେପରିକି ବ୍ରହ୍ମା ପଦ୍ମ ସହିତ ଦୃଶ୍ୟ ହୁଅନ୍ତି, ବିଷ୍ଣୁ ସୁଦର୍ଶନ ସହ ଏବଂ ମହେଶ ତ୍ରିଶୂଳ ସହିତ ଦୃଶ୍ୟମାନ ହୋଇଥାନ୍ତି । ଏହିପରି ଭାବେ ଶଙ୍କର ଭଗବାନ ମଧ୍ୟ ଏକ ଆକାର ଅଟନ୍ତି । ଯାହାଙ୍କ କାର୍ଯ୍ୟ ବିନାଶ କରିବା । ଏ ସବୁଠାରୁ ଉର୍ଦ୍ଧ୍ବରେ ରହନ୍ତି ଭଗବାନ ଶିବ ଯାହାଙ୍କର କୌଣସି ଆକାର ନାହିଁ । ଏହା ଅନନ୍ତ ସୃଷ୍ଟିର ରହସ୍ଯ ଅଟେ । ତାଙ୍କ ପୂଜା ଲିଙ୍ଗ ରୂପରେ କରାଯାଏ । ଶିବଲିଙ୍ଗ ଉପରେ ତିନୋଟି ରେଖା ଦେଖିବାକୁ ମିଳେ । ଏହି ତିନି ରେଖାର ଅର୍ଥ ହେଲା ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ଏବଂ ତ୍ରିଲୋକ୍ଯନାଥ । ତ୍ରିନେତ୍ରୀ ଅର୍ଥ ହେଉଛି ଜ୍ଞାନ । ତ୍ରିକାଳଦର୍ଶୀର ଅର୍ଥ ଯିଏ ସମୟର ତିନି ଭାଗକୁ ଦେଖିପାରନ୍ତି । ସେହିପରି ତ୍ରିଲୋକ୍ଯନାଥର ଅର୍ଥ ହେଲା ତିନି ଲୋକର ଭଗବାନ । ଯଦି ଆମେ ପୁରାଣ ଶାସ୍ତ୍ର ଅଧ୍ଯୟନ କରିବା, ତା ହେଲେ ଜାଣି ପାରିବା ଯେ, ଭଗବାନ ଶିବ ନିରାକାର ଅଟନ୍ତି ଏବଂ ତାଙ୍କର କୌଣସି ଆକାର ନାହିଁ । ତାଙ୍କର କୌଣସି ରୂପ ନାହିଁ । ସମସ୍ତେ ଦିନେ ନା ଦିନେ ସେହିଠାରେ ଲୀନ ହେବେ । ତାଙ୍କୁ ହିଁ ସଦାଶିବ କୁହାଯାଏ । ଶଙ୍କର ଭଗବାନ ମଧ୍ୟ ଭଗବାନ ଶିବଙ୍କର ଏକ ଅଂଶ ଅଟନ୍ତି । ତେବେ ଆଜିର ଭୌତିକ ଦୁନିଆରେ ଶଙ୍କର ଭଗବାନଙ୍କୁ ମଧ୍ୟ ନିଜ କାମ କରିବାକୁ ପଡୁଛି । କିନ୍ତୁ ଭଗବାନ ଶିବ ସର୍ବତ୍ର ବିଦ୍ଯମାନ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ଆନ୍ଦୋଳନ ର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାର

Sunil Chandra Nayak

ଘର ପୋଡି କିମ୍ବା ପ୍ରାକୃତିକ ଦୁର୍ବିପାକ ରେ ବାସ ହରା କି ଭଙ୍ଗା କୁଡ଼ିଆ ରେ ରହୁଥିବା ଗରୀବ ପାଉନି ଆବାସ ଯୋଜନାରେ ଘର

Sunil Chandra Nayak

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

Sunil Chandra Nayak

Leave a Comment

error: Content is protected !!