ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଚିଆ ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା 

ଟେମରି (ମ. ନି. ସ ):-ଓଡିଶାର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ l ମହାପ୍ରଭୁ ଜଗନ୍ନାଥ ଜାତି, ଧର୍ମ, ଛୁଆଁ ଅଛୁଆଁ ନିର୍ବିଶେଷରେ ଓଡିଶାର ପୁରୀଧାମ ଶ୍ରୀକ୍ଷେତ୍ରଠାରୁ ଗାଁ ଗଣ୍ଡା, ପୁର ପଲ୍ଲୀରେ ବିଭିନ୍ନ ସ୍ଥାନରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ l ମହାପ୍ରଭୁ ଜଗନ୍ନାଥ ସର୍ବଧର୍ମର ପ୍ରତୀକ l ଗୋଲାମୁଣ୍ଡା ବ୍ଲକର ଚିଚିଆ ଗ୍ରାମର ଲୋକମାନେ ଦୀର୍ଘ ଦିନରୁ ତାଙ୍କର ପୂଜା ଅର୍ଚନା କରି ଆସୁ ଥିଲେ l କିନ୍ତୁ ମନ୍ଦିରଟିଏ ତୁଳିବା ଓ ପ୍ରତିଷ୍ଠା କରିବା ଅଭିଳାଷ ଅବଶୋଷ କାରଣ ପାଲଟିଥିଲା l ଆଜି ଗ୍ରାମବାସୀଙ୍କ ଏକତା ଓ ସହଯୋଗ କ୍ରମେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି l ଭକ୍ତବୃନ୍ଦ ଗ୍ରାମବାସୀ ଓ ଅଂଚଳବାସୀଙ୍କ ମୁହଁରେ ହସର ଲହରୀ ଖେଳି ଯାଇଛି l ଗ୍ରାମ ଆଜି ଭଜନ, କୀର୍ତ୍ତନ, ଶଙ୍ଖ, ହୁଳହୁଳି ନାଦରେ ଉଛୁଳି ଉଠିଛି l ତା23/06/2022ରେ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କରାଯାଇ ଥିବା ବେଳେ ତା 24/06/2022 ରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆୟୋଜନ କରାଯାଇଛି l ଏଥିରେ କର୍ତ୍ତା ଭାବରେ ଚିଚିଆ ଗ୍ରାମର ଗଜାନନ ମୁଣ୍ଡ ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମୁଣ୍ଡ , ପୂଜକ ଭାବରେ ପଣ୍ଡିତ ଜଗଦୀଶ ଠାକୁର ସମସ୍ତ ପୂଜା କାର୍ଯ୍ୟ ତୁଲାଇ ଥିବାବେଳେ ବିଭିନ୍ନ କାର୍ଯ୍ୟରେ ଗ୍ରାମବାସୀ ସହଯୋଗ କରିଥିଲେ l

ଜଗଜ୍ଜୀବନ ସାଙ୍କ ରିପୋର୍ଟ 

Related posts

ଲଗାଣ ବର୍ଷା ରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

Sunil Chandra Nayak

ମାଟି ଗାଁ ପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ତରଂଜା ଚାମ୍ପିଅନ

Sunil Chandra Nayak

ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!