ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳାଙ୍କ ନିଖୋଜ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

 ଥୁଆମୂଳ ରାମପୁର:୨୬/୬- ମ.ନି.ସ:- ମହିଳାଙ୍କ ନିଖୋଜ ଘଟଣାକୁ ନେଇ ପରିବାର ଲୋକ ଓ ଗ୍ରାମବାସୀ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି । ସୂଚନାରୁ ଜଣାପଡିଛି ଯେ, ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ଗୋପାଳପୁର ଗ୍ରାମର ଜନୈକ ମହିଳା ଗାଧେଇବା ପାଇଁ ଯାଇ ଘରକୁ ନଫେରିବାରୁ ନିଖୋଜ ହୋଇଥିବା ମହିଳାଙ୍କ ସ୍ବାମୀ ବୃନ୍ଦା ନାଏକ ପୁଲିସକୁ ସୂଚନା ଦେଇଥିଲେ। ପରେ ମହିଳାଙ୍କ ବାପା ଝିଅର ନିଖୋଜ ଘଟଣାକୁ ସ୍ଵୀକାର କରିନଥିଲେ ଏହା ଏକ ଯୋଜନାବଦ୍ଧ ଭାବରେ ହୋଇଛି ବୋଲି ସନ୍ଦେହରେ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଛନ୍ତି।ଝିଅକୁ ଯୌତୁକ ଓ ଶାରୀରିକ ମାନସିକ ନିର୍ଯ୍ଯାତନ ଦେଇଥିବାରୁ ଅତିଷ୍ଠ ହୋଇ ସେ କେଉଁ ଆଡେ ଚାଲିଯାଇଛି ନଚେତ ଆତ୍ମହତ୍ୟା କିମ୍ବା ହତ୍ଯା କରାଯାଇଛି ବୋଲି କହିଛନ୍ତି। କୋଷାବରା ଗ୍ରାମବାସୀ ସହିତ ଝିଅର ପିତା ଗଜାନନ ନାଏକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହା ଉପରେ ଉଚିତ୍ ତଦନ୍ତ କରିବା ପାଇଁ ପୁଲିସକୁ ଜଣାଇଛନ୍ତି। ଝିଅର ୫ ଦିନ ନିଖୋଜ ଥିବା ଘଟଣାରେ ପରିବାର ଲୋକେ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ଘଟଣାରୁ ଜଣାପଡିଛି ଯେ, ନିଖୋଜ ମହିଳା ଜଣକ ପୂର୍ବରୁ ବିବାହ କରି ସାରିଥିଲେ ତାଙ୍କର ଏକ କନ୍ଯା ସନ୍ତାନ ରହିଥିଲା। ଏହା ପରେ ଗୋପାଳପୁର ଗ୍ରାମର ବୃନ୍ଦା ନାଏକଙ୍କୁ ଭଲ ପାଇ ପ୍ରଥମ ସ୍ବାମୀ ପରିବାର ଓ ସନ୍ତାନକୁ ଛାଡି ସେ ବୃନ୍ଦା ନାଏକଙ୍କ ପାଖକୁ ଚାଲିଯାଇଥିଲେ। ଏହାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହେବାପରେ ଉକ୍ତ ମହିଳା ବୃନ୍ଦା ନାଏକ ପାଖରେ ରହିବା ପାଇଁ ଇଛା ପ୍ରକାଶ କରି ପ୍ରାୟ ଆଠ ମାସକାଳ ରହିଥିଲେ। କିନ୍ତୁ ବୃନ୍ଦା ନାଏକ ପୂର୍ବରୁ ବିବାହ କରିସାରିଥିଲେ। ତଥାପି ଏହି ମହିଳା ବୃନ୍ଦା ନାଏକଙ୍କ ଦ୍ବିତୀୟ ସ୍ତ୍ରୀ ଭାବରେ ରହିଥିଲେ। କିଛି ଦିନ ପରେ ବୃନ୍ଦା ନାଏକ ଓ ତାଙ୍କ ପରିବାର ଲୋକେ ମହିଳାଙ୍କୁ ନିର୍ଯ୍ଯାତନ ଦେଇ ଆସୁଥିଲେ। ଏହି ବିଷୟରେ ପିତା ଘର ଲୋକ ଖବର ପାଇ ମଧ୍ଯ ଚୂପଚାପ୍ ରହିଥିଲେ। ହେଲେ ମହିଳା ଜଣକ ପ୍ରଥମ ସ୍ବାମୀ କୁ ଛାଡି ଅନ୍ଯ ପୁରୁଷ ସହିତ ରହିଥିବାରୁ ଲୋକଲଜ୍ଜା ଭୟରେ ତାଙ୍କ ପିତା ଘରକୁ ଯାଉନଥିଲେ। ସେଠାରେ ହିଁ ଯାହା ସବୁ ନିର୍ଯାତନା ଭୋଗି ନିଜେ ସହ୍ୟ କରି ରହିବାକୁ ବାଧ୍ୟ ହେଉଥିଲେ। ଦିନକୁ ଦିନ ନିର୍ଯ୍ଯାତନା ଅସହ୍ୟ ହେବାରୁ ବୋଧହୁଏ ସେ କେଉଁ ଆଡେ ଚାଲିଯାଇଛି କି ଆତ୍ମହତ୍ୟା କରିଛି କିମ୍ବା ହତ୍ଯା କରାଯାଇଛି ବୋଲି ଗ୍ରାମବାସୀ ଓ ମହିଳାଙ୍କ ପିତା ଗଜାନନ ନାଏକ ଦୃଢ଼ ଭାବରେ ଦାବି କରିଛନ୍ତି। ଅନ୍ଯ ପକ୍ଷରେ ମହିଳାଙ୍କ ପିତା ସେମାନେ ଉଦ୍ଦେଶ୍ୟ ମୂଳକ ଭାବରେ ନାଟକ କରୁଛନ୍ତି ବୋଲି କହିଛନ୍ତି। ଏହି ଘଟଣାକୁ ପୁଲିସ୍ ପକ୍ଷରୁ ତଦନ୍ତ ଜାରିରହିଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କୁକୁଡା ଫିଷ୍ଟି

Sunil Chandra Nayak

ଧରାପୃଷ୍ଟ ରେ ଜଗତଜନନୀ ମା ମଙ୍ଗଳା ଙ୍କ ଅବତରଣ ଓ ଖୁଦୁରୁକୁଣୀ ଓଷା ପାଳିତ

Sunil Chandra Nayak

Leave a Comment

error: Content is protected !!