ଫୁଲବାଣୀ -: ଫିରିଙ୍ଗିଆ ଥାନା ପୋଲିସ ଚଢ଼ାଉ କରି ୧ କୁଇଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଚାଲାଣ କାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଫିରିଙ୍ଗିଆ ଅଞ୍ଚଳ ରୁ ୱେଷ୍ଟ ବେଙ୍ଗଲ କୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମାଲା ଅଂଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଫିରିଙ୍ଗିଆ ଥାନା ପୋଲିସ ଖବର ପାଇ ଦିନ ୧୦ଟା ସମୟରେ ସେହି ସ୍ଥାନ କୁ ଯାଇ ପୋଲିସ ଚଢ଼ାଉ କରି ଓ ଡି ୦୧ ଏଜି ୩୨୮୫ ନମ୍ବର ଏକ ପିକପ ଭେନ ରେ ଚାଲାଣ ହେଉଥିବା ୧ କୁଇଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରିବା ସହିତ ପୋଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ୩ ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ୱେଷ୍ଟବେଙ୍ଗଲ ର ନବ କୁମାର ମଣ୍ଡଳ,ରଞ୍ଜନ ଖାନ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବାଦଗଡ଼ ଅଞ୍ଚଳ ର ବୋଲି ଜଣାପଡିଛି। ଫିରିଙ୍ଗିଆ ଥାନା ପୋଲିସ ଅଭିଯୁକ୍ତ ୩ ଜଣକୁ ଗିରଫ କରିବା ସହ ଥାନା କେସ ନଂ ୧୦୧/୨୦୨୨ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚାଲିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ