କୁମାର ପୂର୍ଣ୍ଣିମା
ସ୍ୱାଗତିକା ସାହୁ
ଶାରଦୀୟ ଉପାସନା,ନାହିଁ ବା ପଟ୍ଟାନ୍ତର
ଆଙ୍କି ପ୍ରାପ୍ତିର ଆଦମ୍ୟ ଲାଳସା
କାଶତଣ୍ଡିର ଶୁଭ୍ର ବିଧୌତ ରଙ୍ଗ
ସଜ ସେଫାଳିର ସଜ୍ଜିତ ଶରତ
ତା ମଧ୍ୟେ ଆଶ୍ୱିନ ମଧୁର ମୂର୍ଚ୍ଚନାର କୁମାର ପୁନେଇଁ
ଭରିଯାଏ ଆଶା ସୁଖ ସର୍ବ ଜନ ମାନସରେ
ସ୍ୱାଗତରେ ସ୍ୱର୍ଗ ସମ ମର୍ତ୍ତ୍ୟପୁର
ଧବଳ ପାଖୁଡା ଆସ୍ତରଣ ମଧ୍ୟେ
ଆଶ୍ୱିନ ପୂର୍ଣ୍ଣିମା ପୂର୍ଣ୍ଣ ଚନ୍ଦ୍ର ଶୋଭେ
କାର୍ତ୍ତିକେୟଙ୍କ ଜନ୍ମ,ଗଜଲକ୍ଷ୍ମୀ ପୂଜା
କୁମାର ଉତ୍ସବ ଶୁଳ୍କପକ୍ଷ ରାତି
କୌମୁଦି ପୂର୍ଣ୍ଣିମା ଅଟେତା ଅନ୍ୟ ନାମ
ଜହ୍ନ ଜୋଛନାରେ ଭିଜେ ତନୁ ମନ
ମନେ ଉନ୍ମାଦନା ସାଜି
କୁଆଁରି ହାତରେ ପୂଜାଥାଳି ଧରି
ଚାନ୍ଦ ବନ୍ଦାପନେ ଯାଆନ୍ତି ଲାଗି
ମାଧୁରୀ ବୋଳା ମଧୁର୍ଯ୍ୟ ମେଳାରେ
କୁଆଁରି ବାଳାର ରୁଣୁଝୁଣୁ ପାଦ
ପୁନେଇଁ ଜହ୍ନର ସଫା ଆଲୁଅରେ
ଦିଶୁଥାଏ ଅପରୂପ
ମନ ଯମୁନାରେ ସପନ ଜୁଆର
କୁମାରଙ୍କ ଖେଳ ମଉଜ ମଜାଲିସ
ପଇସା,ତାସ,କଉଡ଼ି, ପୁଚି ଖେଳ ସହ
ନାଚ ଗୀତ ଆଉ ଟାହି ଟାପରା ଯେ
ଜହ୍ନି ଫୁଲ ହସ ଧବଳ ଜ୍ୟୋସ୍ନାର
କାକୁଡି ଫୁଲ ଯେ ଠୋ ଠୋ
ପ୍ରତ୍ୟୁଷରୁ ଉଠି କୁମାରୀ ବାଳାଯେ
ସ୍ନାନ କରି ପରିଧନ୍ତି ନୂତନ ବସ୍ତ୍ର
ସୂର୍ଯ୍ୟ ପୂଜା ସାରି କାକୁଡ଼ି କଷି
ପୁଣି ଜହ୍ନି କଷି ଚଉରା ପଠାରେ ରଖି
ସାତ ଆଞ୍ଜୁଳା ଧରି ହଳଦୀ ପାଣି
ସୂର୍ଯ୍ୟ ଙ୍କୁ କରନ୍ତି ଅର୍ପଣ
ଏକାଠି ବନ୍ଦାନ୍ତି ଚାନ୍ଦ ଅଗଣାରେ
ମନେ ରଖି ଆଶା,କରି ଯେ ଭରଷା
ସୁନ୍ଦର ଶୀତଳ ବର ହେବ ପ୍ରାପ୍ତି
ସଂସ୍କୃତି ଆମର ଅତି ପୁରାତନ
ଶାଶ୍ୱତ ପ୍ରେମରେ ଦିନ ଯାଏ କାଟି
ଅମୃତ ଅଶ୍ଲେଶ ପଇ
ଶିକ୍ଷୟିତ୍ରୀ
ଉମରକୋଟ,ନବରଙ୍ଗପୁର