ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ରେ ରଥ ଯାତ୍ରା

ମ, ରାମପୁର,୦୨/୦୭( ମସୀହା) : ମ. ରାମପୁରରେ ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଛି l ଅପରାହ୍ନ ସମୟରେ ନୀତି କାନ୍ତି ଓ ପୂଜାପାଠ ପରେ ସ୍ଥାନୀୟ ରାଜ ପରିବାର ତରଫରୁ ହିରେନ୍ଦ୍ର ପ୍ରତାପ ସିଂହ ଦେଓ ଛେରା ପହଁରା କରିବା ପରେ ତିନି ଦିଅଁଙ୍କୁ ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା ଏବଂ ରଥ ଟଣା ଆରମ୍ଭ କରାଯାଇଥିଲା l ମନ୍ଦିର ପୂଜକ ଅଶୋକ ତ୍ରିପାଠୀ ନୀତି କାନ୍ତି ଓ ପୂଜାପାଠ କରିଥିବା ବେଳେ ପିତାମ୍ବର ତ୍ରିପାଠୀ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ,କେଦାର ମହାରଣା,ଉଦ୍ଧବ ପଣ୍ଡା,ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ,ମଳୟ ତ୍ରିପାଠୀ , ଧୁରେଦ୍ର ସାହୁ ପ୍ରମୁଖ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ l ଶ୍ରୀ ରାମକୃଷ୍ଣ ଆଶ୍ରମ ର ଅନ୍ତେବାସୀ ଛାତ୍ରମାନେ ରଥ ଟଣା ଆରମ୍ଭରୁ ଶେଷ ଯାଏଁ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ କୋଭିଡ-୧୯ ଯୋଗୁଁ ଦୁଇ ବର୍ଷ ରଥ ଯାତ୍ରା ବନ୍ଦ ରହିଥିଲା l ଏ ବର୍ଷ ଯାତ୍ରା ହେବା ହେତୁ ଏବଂ ପାଗ ଅନୁକୂଳ ରହିଥିବାରୁ ଯାତ୍ରାରେ ବହୁତ୍ ଜନସମାଗମ ହୋଇଥିଲା ।  ପୁଲିସ ବିଭାଗ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ପ୍ରାୟ ସଂଧ୍ୟା ସାତ ଘଣ୍ଟା ସମୟରେ ରଥ ମାଉସୀ ମାଆ ମନ୍ଦିରରେ ପହଞ୍ଚିଥିଲେ l ଶାନ୍ତି ଶୃଙ୍ଖଳା ସହିତ ଯାତ୍ରା ସମ୍ପନ୍ନ ହୋଇଛି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଫୁଣ୍ଡେଳପଡା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ’ ସମାଜ’ ତରଫରୁ ୯୪ ତମ ଶ୍ରାଦ୍ଧ ଦିବସ ପାଳନ ସହ ରକ୍ତଦାନ ଶିବିର ଆୟୋଜନ

Sunil Chandra Nayak

ଜାତୀୟ ଅଙ୍ଗଦାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!