ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଲାମ ନମିଳିବାରୁ ପୋଖରୀରେ ପକାଇଲେ ବିଷ

ଜୟପାଟଣା:  ସଭ୍ୟତା ଯେତେ ଆଧୁନିକୀକରଣ ହେଉ କିନ୍ତୁ ଗ୍ରାମ୍ୟ ସଭ୍ୟତାରେ ଅଦ୍ୟାବଧି ପୁରାତନ ଚଳଣି ଚଳିଆସୁଛି । ଗ୍ରାମାଞ୍ଚଳ ଜୀବନ ଜୀବିକାରେ ଗାଁ ପୋଖରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାତଃର ଶୌଚ ହେବାଠାରୁ ସ୍ନାନକାର୍ଯ୍ୟ,ଲୁଗାପଟା ସଫାସୁତୁରା, ଗୋରୁଗାଈଙ୍କୁ ସ୍ନାନ କରାଇବା,ଜଳ ପିଆଇବା ତଥା କୃଷିକ୍ଷେତ୍ରରେ ଆବଶ୍ୟକ ସ୍ଥଳେ ଜଳସେଚନର ବ୍ୟବସ୍ଥା ଏବଂ ମଲା କାର୍ଯ୍ୟରେ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ହୋଇଥାଏ । ଏପରି ସ୍ଥଳେ ଏହାର ଦୁରୂପଯୋଗ କରିବା ଅକ୍ଷମନୀୟ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ଠାରେ । ଜନବହୁଳ ତିନୋଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସାଧାରଣ ମାଝୀବନ୍ଧ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହି ପୋଖରୀରେ ଘଟିଯାଇଛି ବଡ ଧରଣର ଅଘଟଣ । ଗ୍ରାମବାସୀଙ୍କର ଅଭିଯୋଗ ଅନୁଯାୟି ଚଳିତ ବର୍ଷ ଗ୍ରାମ ପଞ୍ଚାୟତ କୁଚାଗାଁରେ ଏହି ପୋଖରୀର ନିଲାମ ହୋଇଥିଲା । ନିଲାମରେ ଗତଥରର ନିଲାମଧାରୀମାନେ ଏଇଥର ପାଇଲେ ନାହିଁ । ଗ୍ରାମ ପଞ୍ଚାୟତ ଦ୍ୱାରା ସେମାନଙ୍କୁ ବଳକା ପୁରୁଣା ମାଛକୁ ଧରିବା ପାଇଁ ୧୫ଦିନ ମହୁଲତ ଦିଆଯାଇଥିଲା । ସେ ମୁତାବକ ସଂପୃକ୍ତ ଗ୍ରୁପ ମାଛ ଧରିଥିଲା ଏବଂ ଗ୍ରୁପର କୌଣସି ଦୁର୍ବୁର୍ତ୍ତ ପୋଖରୀରେ କୀଟନାଶକ ବିଷ ପକାଇ ଦେଲେ । ଯାହା ଫଳରେ ସମ୍ପୁର୍ଣ୍ଣ ପୋଖରୀର ମାଛ,କଙ୍କଡା,ବେଙ୍ଗ ଇତ୍ୟାଦି ଜୀବ ସମ୍ପୁର୍ଣ୍ଣ ମରି ଭାସିଲେ ଏବଂ ପାଚିଯାଇ ପୋଖରୀର ଜଳରୁ ଦୁର୍ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଛି । ଏହା ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିଛି । ସ୍ଥାନୀୟ ସରପଞ୍ଚଙ୍କୁ ଏ ବିଷୟରେ ପଚାରିବାରୁ ସେ ସନ୍ତୁଷ୍ଟିଜନକ ଉତ୍ତର ଦେଇ ପାରିନଥିଲେ । ସେ ଏହି ଘଟଣାକୁ ପୋଲିସ ପ୍ରଶାସନକୁ ମଧ୍ୟ ଜଣାଇ ନଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କର ଅଭିଯୋଗ ଅନୁଯାଇ ସ୍ଥାନୀୟ ସରପଞ୍ଚଙ୍କର ଏହି ଘଟଣାରେ ସମର୍ଥନ ଥିବା ଜଣାପଡିଛି । ବାଡ ଯଦି ଫସଲ ଖାଏ ଦୋଷ ଦେବା କାହାକୁ । ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଅଙ୍ଗଦ ମାଝୀ ମଧ୍ୟ ଏହି ଗ୍ରାମର । ସେ ଏହି ଘଟଣାର ନିନ୍ଦାକରି ଖୋଦ ନିଜେ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଜୟପାଟଣା ପୋଲିସ ଉକ୍ତ ପୋଖରୀରେ ଲାଲ ଝଣ୍ଡା ଗାଡି ନିସିଦ୍ଧାଞ୍ଚଳ ଘୋଷଣା କରିଛି । ଆଗକୁ ପ୍ରଶାସନ ଏହି ଘଟଣାର ଆଉ କିଛି ଦୃଢ଼ ପଦକ୍ଷେପ ନେଉଛି କି ଦୁର୍ବୁର୍ତ୍ତଙ୍କର ପାଲରେ ଛନ୍ଦି ହେଉଛି ଗ୍ରାମବାସୀ ନ୍ୟାୟକୁ ଅଶାବାନ୍ଧି ବସିଥିବା ଜଣାପଡିଛି ।

ଜୟପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ

Related posts

କବିତା ସାହୁ  ଙ୍କ କବିତା କଳା କାହ୍ନୁ ବଇଶୀ ଧର 

Sunil Chandra Nayak

ମାନ୍ୟବର ସୁପ୍ରିମକୋର୍ଟଙ୍କ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

Sunil Chandra Nayak

Leave a Comment

error: Content is protected !!