ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ବଡ଼ଦାଣ୍ଡ ରାଜା ଉଡୁଛି ଯା ଧ୍ଵଜା

     ଭକ୍ତ ବନ୍ଧୁ ଜନ ମେଳ

ଜନମ ବେଦୀରୁ ଫେରୁଛି ମନ୍ଦିର

    ଭକ୍ତଙ୍କୁ ଦର୍ଶନ ବଳ।

ତିନି ରଥ ଆସେ ବଡ଼ଦାଣ୍ଡେ ଚଡ଼ି

      ଭକ୍ତ ଭାଙ୍ଗୁଛି ନଡ଼ିଆ

କାଳିଆ ପ୍ରେମରେ ଭକତି ଭାବରେ

    ସର୍ବେ ରଖିଥା ବଢ଼ିଆ।

ରଥର ଦଉଡ଼ି ଭକ୍ତ ନିଏ ଭିଡ଼

    ଶବ୍ଦେ ପାପ ଯାଏ ଛାଡ଼ି 

ଅନାଇ ଦେଉଛି ଭକ୍ତ ଜନ ବନ୍ଧୁ

    ଭକ୍ତି ଘେନୁ ହାତ ଯୋଡ଼ି।

ରଥରେ ବସିଛି ଭକ୍ତଙ୍କୁ ଚାହୁଁଛି

   ଥୟ ଧର ଭକ୍ତ ଜନ

ସମୟ ଆସୁଛି ଏ ପରିବର୍ତ୍ତନ

   ଧର୍ଯ୍ୟ ଭକ୍ତି ସମାଧାନ।

ବିପଦ ଆସିଛି ଡରି ଯିବା ନାହିଁ

    ଧର୍ଯ୍ୟ ଆମ‌ ପ୍ରଭୁ ବଳ

ସାହସ ଦେଉଛି ବଳଶାଳୀ ହୁଅ

    ସବୁତ ହବ ସଫଳ।

ବିଶ୍ବାସ ରଖିଛି ମନ ବଳ ଦୃଢ଼

    ସବୁ ପଥେ ତୋ କାମନା

ଯେତେ ଦୂର ନେବ ସେତେ ଦୂର ଯିବି

    ତୁଟିବ ମୋର ଯନ୍ତ୍ରଣା।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ସରକାରୀ ବସ ବିଦ୍ଯୁତ ତାର ସଂପର୍ଶ ଆସି ଅଳ୍ପକେ ବର୍ତ୍ତିଗଲା

Sunil Chandra Nayak

ଇନ୍ଦିପୁର ରେ ଷଡ଼ବିଂଶ ତମ ରାମ ଚରିତ ମାନସ

Sunil Chandra Nayak

ଆସ ଆମେ ଇସ୍କୁଲ ଜିମା, ଉପାନ୍ତ ଅଞ୍ଚଳ ରେ ବୁଲି ଶିକ୍ଷା ଗ୍ରହଣ ପାଇଁ ସଚେତନ କଲେ ଶିକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!