ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ରଥ ଯାତରା

ରଥ ଯାତରା

ଭାବ ବିନୋଦିଆ ଠାକୁରହେ ତୁମେ

ଭକତ ଭାବରେ ବନ୍ଧା

ବରଷକେ ଥରେ ବାହାରି ଆସ ମନ୍ଦିରୁ

ଭକତ ଦର୍ଶନ ପାଇଁ l

ଦାସିଆ ବାଉରୀ ଭକ୍ତ ସାଲବେଗ ପରି

ଅନେକ ଭକତ ଝୁରେ ତୁମ ଦର୍ଶନ ପାଇଁ

ରଥେ ଚଢି ବଡ ଦାଣ୍ଡେ ତୁମେ

ଦରଶନ ଦିଅ ହସି ହସି l

ଝୁଲି ଝୁଲି ଆସ ଶିରୀ ମନ୍ଦିରରୁ

ଝୁଲଣ ହାତୀଟେ ପରି

ଚଢି ରଥପରେ ଭକ୍ତ ଗହଳିରେ

ଚାଲ ତୁମେ ଝୁଲି ଝୁଲି l

ଗତ ବରଷରେ ମହାମାରୀ ଡରେ

ଭକତ ଦର୍ଶନ ନୋହିଲା

ଏହି ବରଷରେ ମନ ଉଲ୍ଲସରେ

ବଡ ଦାଣ୍ଡେ ରଥ ଗଡ଼ିଲା l

ବଡ ମନୋରମ ତୁମ ଘୋଷ ଯାତ୍ରା

ଭକତ ମନୋରଥ ପୁର୍ଣ

ଏମିତି ଠାକୁର ଜଗତେ ନାହିଁରେ

ତେଣୁ ଜଗନ୍ନାଥ ତୁମ ନାମ l

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସ୍କା, ଗଞ୍ଜାମ

Related posts

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

Sunil Chandra Nayak

ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଧର୍ମଗଡ଼କୁ ହରାଇ ମାଟି ଗାଁ ଚମ୍ପିୟାନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!