ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ସିରିଜ୍ ଡ଼କାୟତି ଘଟଣା: ପୁଲିସ ଗ୍ୟାଙ୍ଗ ର ଜଣକୁ ମାତ୍ର କରି ପାରିଛି ଗିରଫ : ବାକି ଡକାୟତ ଧରା ପଡ଼ିବେ କେବେ ?

ମ, ରାମପୁର,୦୬/୭(ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ଅଞ୍ଚଳ ରେ ଗତ କିଛି ମାସ ହେଲା ଏକ ଡକାୟତ ଦଳ ସକ୍ରିୟ ରହି ଲୁଟତରାଜ୍ ଚଲେଇଛନ୍ତି l ପ୍ରଥମ ଲୁଟ ଆରମ୍ଭ ହୋଇଥିଲା ଗତ ତା- ୧୪/୫/୨୨ ତାରିଖ ମ.ରାମପୁର ବସଷ୍ଟାଣ୍ଡ ଠାରୁ ରାତି ପ୍ରାୟ ୮ ଘଣ୍ଟା ସମୟରେ ପୂଜା ଜ୍ୱେଲସ୍ ମାଲିକ ଠାରୁ ପ୍ରାୟ ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ବ୍ୟାଗ ଛଡେଇ ନେବା ଘଟଣାରୁ l ଏହାର ମାସେ ପରେ ତା- ୨୪/୬/ ୨୨ ଦିନ ଜାତୀୟ ରାଜପଥ ଉପରେ ଦିନ ଦ୍ଵି ପହରେ ଅଁଳାପାଲି ନିକଟ ସଢେଲ ଜଙ୍ଗଲ ପାଖରେ କର୍ଲାବହାଲି ଗ୍ରାମର ଜଣେ ବ୍ୟକ୍ତିଠାରୁ ୪୯ ହଜାର ଲୁଟ୍ କରି ନେଇଥିଲେ l ଏହାର ମାତ୍ର ତିନିଦିନ ପରେ ତା – ୨୭/୬/୨୨ ଦିନ ମ,ରାମପୁର-ରିଷିଡା ରାସ୍ତା ର ପାଜିବାହଲି ଛକ ନିକଟ ରାମୁଡ୍ ଜଙ୍ଗଲରେ ଦିନ ୧୨ ଟା ବେଳେ ମଦନପୁର ଗ୍ରାହକ ସେବା କେନ୍ଦ୍ର ମାଲିକ ଠାରୁ ୬ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଫେରାର ମାରିଥିଲେ l ପୁଲିସ୍ ଏ ସବୁ ଘଟଣାରେ ଜଣେ ବି ଲୁଟେରାକୁ ଧରି ପାରିନଥିବା ଯୋଗୁଁ ଲୁଟେରା ମାନେ ବେଧଡକ ଭାବେ ତାଙ୍କ ଲୁଟତରାଜ ନିର୍ଭୟରେ କରି ଚାଲିଥିଲେ l ଏସବୁ ଡକାୟତି ଘଟଣା ପୁଲିସ ପାଇଁ ମୁଣ୍ଡ ବ୍ୟଥା ହୋଇଥିବା ବେଳେ ପୁଣି ତା -୩୦/୬/୨୨ ରାତିରେ ମୋହନଗୀରି ଦେଶୀ ମଦ ଭାଟି ରୁ ଲୁଟ୍ କରି ସେଇ ଦିନ ହିଁ ବିଳମ୍ବିତ ରାତିରେ ପୁଣି ରାମୁଡ଼ ଜଙ୍ଗଲ ପାଖରେ ସିରିଜ୍ ଲୁଟ୍ ଘଟଣା ଘଟିଥିଲା l ଏଇ ସମସ୍ତ ଡ଼କାୟତି ଘଟଣା ପୁଲିସ୍ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା। ମ.ରାମପୁର ଥାନାରେ କେଶ ନଂ ୧୭୧/୨୨ ରେ ଏକ ମାମଲା ରୁଜୁ କରି ପୁଲିସ୍ ର ତନାଘନା ତଦନ୍ତ ପରେ ସୋମବାର ରାତିରେ କେସିଙ୍ଗା ଏସଡିପିଓ ଅଭିନବ ଶୋଙ୍କର ଙ୍କ ନେତୃତ୍ଵ ରେ ଏକ ଟିମ୍ କୌଣସି ସୂତ୍ର ରୁ ଖବର୍ ପାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଅନାଗୁଲ୍ ଗ୍ରାମରେ ପୁଲିସ ଚଡାଉ କରି ସୁନୀଲ ନାଗ ଓରଫ ଲାଲା ଙ୍କୁ ଏହି ଡକାୟତି ଘଟଣାରେ ସଂପୃକ୍ତି ଅଭିଯୋଗରେ ଗିରଫ କରି ଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଅଭିଯୁକ୍ତର ଘର ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବିରାଟକାନୀ ଗାଁ ର l ଏହି ଡକାୟତି ଦଳରେ ୫/୬ ଜଣ ସଦସ୍ୟ ରହିଥିବା ବେଳେ ସେମାନେ ଅନେକ ମାମଲାରେ ସଂପୃକ୍ତ ଥିବା ଜଣାଯାଇଛି l ଅଭିଯୁକ୍ତ ପାଖ ରୁ ନଗଦ ୨୪ ହଜାର ୭ ଶହ ୧୦ ଟଙ୍କା, ଗୋଟିଏ ଚୋରି ମଟର ସାଇକେଲ୍ ( ଗାଡି ନମ୍ୱର୍, ଓଡ଼ି ୦୮ଏମ୨୯୮୦) ଦୁଇଟି ଛୁରୀ ଜବତ ହେଇଛି। ଅଞ୍ଚଳ ରେ ହେଉଥିବା ଡ଼କାୟତି କୁ ଦୃଷ୍ଟି ରେ ରଖି ପୁଲିସ୍ ପାଟ୍ରୋଲିଙ୍ଗ କୁ କଡାକଡି କରାଯିବ ବୋଲି ଏସଡିପିଓ ସୂଚନା ପ୍ରଦାନ କରିଛି। ତେବେ ଏହି ସବୁ ଡ଼କାୟତି ଘଟଣା ରେ ସଂପୃକ୍ତ ଫେରାର ଡ଼କାୟତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ସୂଚନା ପ୍ରଦାନ କରି ଥିବା ବେଳେ କେବେ ଏଇ ଗ୍ୟାଙ୍ଗ ର ଅନ୍ୟ ସଦସ୍ୟ ମାନଙ୍କୁ ପୁଲିସ ଗିରଫ କରି ପାରୁଚ୍ଛି ତାହା ଦେଖିବାକୁ ବାକି ରହିଲା । ନା ଜଣକୁ ଗିରଫ କରି ହାତବାନ୍ଧି ବସି ରହୁଛି ତାହା ସମୟ କହିବା l ଏଇ ସମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ମ, ରାମପର ଥାନା ଅଧିକାରୀ ସାଚ୍ଚିନ୍ଦ୍ର ପ୍ରଧାନ , ଏସଆଇ ଜୟଦେବ ତାରିଣୀ ଓ ସିରାଜ୍ କୁମାର୍ ପାଢ଼ୀ, ସୁନୀତା ସେଠୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ନଦୀରେ ଭାସି ଯାଇଥିବା ବ୍ଯକ୍ତିଙ୍କ ଶବ ଉଦ୍ଧାର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଷଣ୍ଢ କରିଛି ବଡ଼ ଓଷା

Sunil Chandra Nayak

ନବ କୁମାର ଦାସ ଙ୍କ କବିତା କଳା ଛାଇ

Sunil Chandra Nayak

Leave a Comment

error: Content is protected !!