ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରା ବ୍ଲକରେ ୧୦ମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ବର୍ଷା ମହାପାତ୍ର

ବାଲେଶ୍ଵର,୦୬/୭/୨୨- ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପାଇଛି ପ୍ରକାଶ । ଏଥିରେ ବ୍ଲକ ତଥା ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି । ସର୍ବୋଚ୍ଚ ନମ୍ବର ରଖି ପ୍ରତି ହାଇସ୍କୁଲରେ ମଧ୍ୟ ଟପ୍ପର ହୋଇଛନ୍ତି । ସେଥିମଧ୍ୟରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଥିବା ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ବାଜିମାତ୍ କରିଛନ୍ତି । ଅନ୍ତରା ପଞ୍ଚାୟତରେ ଥିବା ଅନ୍ତରା ମହତୀପୁର ବାଇଧର ପ୍ରସାଦ ସରକାରୀ ହାଇସ୍କୁଲର ଛାତ୍ରୀ ବର୍ଷା ମହାପାତ୍ର ଅର୍ଥାତ ନଟବର ମହାପାତ୍ରଙ୍କ ଝିଅ ସର୍ବାଧିକ ୫୮୯ ନମ୍ବର ରଖି ୧୦ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଛନ୍ତି । ସେହିପରି ଖଇରା ସରକାରୀ ହାଇସ୍କୁଲର ଛାତ୍ରୀ ଅଙ୍କିତା ଜେନା ୫୭୯ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ଅଙ୍କିତାଙ୍କ ପିତା ଅକ୍ଷୟ କୁମାର ଜେନା, ମାତା ବିଜୟଲକ୍ଷ୍ମୀ ଜେନା , ଜେଜେ ଅନନ୍ତ ପ୍ରସାଦ ଜେନାଙ୍କର ଅତି ଗେହ୍ଲା ଝିଅ ହୋଇଥିଲେ ମଧ୍ୟ ମନଦେଇ ପାଠପଢିବା ପାଇଁ ସବୁବେଳେ ଅଙ୍କିତା ପ୍ରତି ସମସ୍ତଙ୍କର ନଜର ଥିଲା । ଦୈନିକ ୧୪-୧୫ ଘଣ୍ଟା ପାଠପଢାରେ ସମୟ ଦିଅନ୍ତି, ସମସ୍ତ ଗୁରୁଜନ ମାନଙ୍କ ଉପଦେଶ ମାନନ୍ତି, ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତଙ୍କ ଆଶୀର୍ବାଦରୁ ଅଙ୍କିତା ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ଆଜି ଗର୍ବିତ । +୨ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଆଇ. ଏ. ଏସ୍ ହେବା ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ଅଙ୍କିତା । କୁପାରୀ ହାଇସ୍କୁଲର ଜୀବନଜ୍ଯୋତି ରଥ ୫୮୩ ନମ୍ବର ରଖି ପ୍ରଥମ ହୋଇଛନ୍ତି । ଏସ. ଏସ. ଏସ. ହାଇସ୍କୁଲ ଝିଙ୍କିରିଆର ୮୭ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ କରିଛନ୍ତି । ସେଥିମଧ୍ୟରୁ ଏ-୧ /୦୭ ଜଣ,ଏ-୨ /୨୫ ଜଣେ, ସର୍ବାଧିକ ୫୬୨ ନମ୍ବର ରଖିଛନ୍ତି ମଧୁବାଳା ଦାସ ଓ ଶୁଭସ୍ମିତା ନାୟକ । ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ଜିତେନ୍ଦ୍ର ପ୍ରଧାନ ୫୪୦ ନମ୍ବର ରଖିଛନ୍ତି । ସେହିପରି ସରକାରୀ ହାଇସ୍କୁଲ ହରିପୁରରେ ୬୫ ଜଣ ପରୀକ୍ଷା ଦେଇଥିଲେ କିନ୍ତୁ ସମସ୍ତେ ପାସ୍ କରିଛନ୍ତି । ସେଥିମଧ୍ୟରୁ ସ୍ବହାସ୍ତୁତି ଧଳ ୫୬୫ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇ ବେଶ ଖୁସି ଅନୁଭବ କରିଛନ୍ତି । ଏ ଖୁସି ବାପା ମାଆ, ଗୁରୁଜୀ ଓ ଗୁରୁମାଙ୍କୁ ଦେଇଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଖୁବ୍ ଭଲ ନମ୍ବର ରିଖ ପାସ୍ କରି ଆନନ୍ଦ ଅନୁଭବ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଇ.ଜି ଏମ କଲେଜ ଠାରେ ଧୂଷୁରୀ ରେ ନିଶାନିବାରଣ ମହା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ନାବାଳିକାର ଆତ୍ମହତ୍ୟା 

Sunil Chandra Nayak

ଜଣା ଅଜଣା – …..

Leave a Comment

error: Content is protected !!