ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ

କୋକସରା,୭/୭- ( ମ ନି ସ  ) ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଥିବା ବେଳେ ଗୁରବାର କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ର ଏନ.ଏନ.ଏସ, ଏନ.ସି.ସି ଓ ୟୁଥ ରେଡ଼କ୍ରସ ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋକସରା ବିଡ଼ିଓ ମନୀଷା ଦାସ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ଉପସ୍ଥିତ ରହି ଗ୍ଲୋବାଲ ୱାରମିଙ୍ଗ ଦ୍ୱାରା ଜଳବାୟୁ ଓ ପରିବେଶ ପ୍ରଦୂଷିତ ର ବଳୟ ମଧ୍ୟରେ ରହିଛି, ପରିବେଶ ଓ ମଣିଷ ସମାଜ କୁ ସୁସ୍ଥ ଓ ନିରାମୟ ରଖିବା ପାଇଁ ବୃକ୍ଷରୋପଣ ଏକମାତ୍ର ବିକଳ୍ପ ବୋଳି ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ୟୁଥ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ସୁବ୍ରତ ବେହେରା, ଏନସିସି ପରାମର୍ଶ ଦାତା ଅଧ୍ୟାପକ ଅଇରି ନାସନ ଚିନ୍ଦା, ଏନ.ଏସ.ଏସ ଲେଫ୍ଟେନାଣ୍ଟ କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଅଧ୍ୟାପକ ପୁଷ୍ପରାଜ ମେହେର, ଯୁବ ସଙ୍ଗଠକ କୋପନେଶ୍ୱର ବେମାଲ ସମେତ ଏନ.ଏସ .ଏସ, ଏନ.ସି.ସି ଓ ୟୁଥ ରେଡ଼କ୍ରସ ର ଛାତ୍ରଛାତ୍ରୀ ଉପସ୍ଥିତ ରହି ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

Related posts

ତେରେସିଂହାରେ ଭାଇ ଜିଉଁନ୍ତିଆ ଓଷା ପାଳିତ

Sunil Chandra Nayak

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା.. ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ମାଣବସା ଗୁରୁବାର

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ  ଙ୍କ କବିତା ବାପା, ମୁଁ ଆଜି ବାପା ହୋଇଛି 

Leave a Comment

error: Content is protected !!