ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ପ୍ରତିନିଧି ଓ ସରପଞ୍ଚ

ବାଲେଶ୍ଵର,୦୮/୬/୨୨- ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତରେ ଅବସ୍ଥିତ ନିଳାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ A1ରେ ଉତ୍ତୀର୍ଣ୍ଣ ହୋଇଥିବା ୧୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁନାଥ ଶିଅଳଙ୍କ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ସରପଞ୍ଚ ମଦନ ମୋହନ ସାନ୍ତରା ଓ ବିଧାୟକ ପ୍ରତିନିଧି କରୁଣାକର ଜେନା ଓରଫ ଏଣ୍ଡୁ ଭାଇ ଯୋଗଦେଇ ଛାତ୍ରଛତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିରେ ବିଦ୍ୟାଳୟ ଏସ୍ ଏମ୍ ସି କମିଟିର ଚେୟାରମ୍ୟାନ ମନରଞ୍ଜନ ଧର, ବରିଷ୍ଠ ବିଜ୍ଞାନ ଶିକ୍ଷକ ମନରଞ୍ଜନ ବେହେରା, ଅମୂଲ୍ୟ କୁମାର ପାଣି, ରତିକାନ୍ତ ବେହେରା, କମଳାକାନ୍ତ ବେହେରା, ସୁଲଳିତ ମୋହନ ପଣ୍ଡା, ରଞ୍ଜିତା ପଣ୍ଡା, ସୁନମ ପଣ୍ଡା, ଭଦ୍ରା ନାୟକ, ଇତିଶ୍ରୀ ପରିଡା, ଉତ୍କଳ କେଶରୀ ପରିଡା, ଜଗବନ୍ଧୁ ପାଢ଼ୀ, କଳ୍ପନା ବାରିକ ଓ ବିଜୟ କୁମାର ସାସମଲ ପ୍ରମୁଖ ଉପସ୍ଥିତ ଥିଲେ । କଠିନ ପରିଶ୍ରମ ଓ ଗୁଣାତ୍ମକ ଶିକ୍ଷା ବ୍ଯବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ମାନେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ସରପଞ୍ଚ ଓ ବିଧାୟକ ପ୍ରତିନିଧି ଓରଫ ଏଣ୍ଡୁ ଭାଇ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାଗ୍ୟବାନ ବାଗ ହେଲେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି

Sunil Chandra Nayak

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

Leave a Comment

error: Content is protected !!