ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଉ ଚାଲିବନି ତିନି ଯୋଡ଼ା ଏକ୍ସପ୍ରେସ ଟ୍ରେନ୍

କରୋନା ପାଇଁ ଚାଲୁଥିବା ତିନି ଯୋଡ଼ା ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବାତିଲ । ଆସନ୍ତା ୧୫ତାରିଖରୁ ବିଶେଷ ଏକ୍ସପ୍ରେସ ଟ୍ରେନ୍ ଅପସାରଣ କରାଯାଇ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରିବ । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ଟ୍ରେନ୍ ଅପସାରିତ ହେବ ।

କରୋନା ପାଇଁ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରୁଥିଲା । ଏବେ ସ୍ଥିତିର ସମୀକ୍ଷା କରି ସାମୟିକ ଏକ୍ସପ୍ରେସ ଟ୍ରେନକୁ ଅପସାରଣ କରାଯାଇ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ୧୫ ଜୁଲାଇ ୨୦୨୨ଠାରୁ ବିଶାଖାପାଟନମ୍ରୁ ଏବଂ ୧୬ ଜୁଲାଇ ୨୦୨୨ ଠାରୁ ରାୟଗଡାରୁ ଚଳାଚଳ କରିବ ।

ସେହିପରି ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ ୧୫ ଜୁଲାଇଏବଂ ପଲାସା ଠାରୁ ୧୬ ଜୁଲାଇରୁ ଚଳାଚଳ କରିବ । ଏହାଛଡ଼ା ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ ୧୫ ଜୁଲାଇ ଏବଂ କିରାଣ୍ଡୁଲରୁ ୧୬ ଜୁଲାଇରୁ ଚଳାଚଳ କରିବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ଆସ ବୁଦ୍ଧ ବାରେ

ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନର ପୂର୍ଣ୍ଣାଙ୍ଗ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!