ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୃତ୍ୟୁ

         ମୃତ୍ୟୁ

ଉପେନ୍ଦ୍ର କୁମାର ବସ୍ତିଆ

    
ମୃତ୍ୟୁ ଏହା ଏକ ନିରାଟ ସତ୍ୟ 
  ଦିନେନା ଦିନେସେ ଆସିବ 
ତଥାପି ମଣିଷ ସଂଗ୍ରାମ କରୁଛି 
  ମୃତ୍ୟୁକୁ କିପରି ରୋକିବ ।।
ଜନମ ମରଣ ବିଧିର ବିଧାନ 
ଏକ ପରେ ଆନ ଆସେ 
କାହାର ଆୟୁଷ ବରଷ ବରଷ 
  କାହାର ଦିନେ ବା ମାସେ ।।
ଜନମହୋଇଲେ ମରିବା ନିଶ୍ଚିତ
   ଏକଥା ମଣିଷ ଜାଣି 
ତଥାପି ମିଛରେ ସାହାସ କରୁଛି 
   ମୃତ୍ୟୁକୁ ଯିବାକୁ ଜିଣି ।।
ଜନମ ମରଣ ଇଶ୍ଵର ବିଧାନ 
    ଆଉକା ହାତରେ ନାହିଁ 
ହେଲେଶ ଏ ମଣିଷ ପ୍ରୟାସ କରୁଛି 
   ଅମର ହୋଇବା ପାଇଁ ।।
କେହି ରହିନାହିଁ ଏଧରା ଧାମରେ 
     ଧନ, ମାନ,ଜ୍ଞାନ ବଳେ 
ସର୍ବେ ନିଜ ନିଜ ଅଭିନୟ ସାରି 
    ବାହୁଡିବେ କାଳ ବଳେ ।।
କେତେଯେ ତପସ୍ୱୀ କେତେ ମୁନିଋଷି 
    ଯୁଗ ଯୁଗ ଯୋଗ କରି 
ମୃତ୍ୟୁର ସଜ୍ଞା ବୁଝିଲା ବେଳକୁ 
     ଜୀବକାଳ ଯାଏ ସରି ।।
କେତେ ଯେ ସାଧନା କେତେ ଗବେଷଣା 
    ମୃତ୍ୟୁକୁ ରୋକିବା ପାଇଁ 
ହେଲେ ମୃତ୍ୟୁ ସତ୍ୟ ଆଉସବୁ ମିଛ 
    ମୃତ୍ୟୁଠାରୁ ସତ୍ୟ ନାହିଁ ।।

   ରାଉରକେଲା

Related posts

ଇନ୍ଦିପୂର୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

Sunil Chandra Nayak

ମଦନପୁର ରାମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!