ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କି ଦୋଷ ରହିଲା ମୋହରି ଭିତରେ
   ଟିକେ ଡାକି ନେଲ ନାହିଁ
ଗଜର ଡାକକୁ ଶୁଣିଲ ଯେତାକୁ
   କଲ ଉଦ୍ଧାର ଗୋସାଇଁ।
ହାତ ଯୋଡ଼ି ପ୍ରଭୁ କହୁଛି ନୀରବେ
    ମୋ କଥା ଶୁଣିବ ଥରେ
ଦାସିଆ ବାଉରୀ ହାତରୁ ନଡ଼ିଆ
    ନେଲ କ୍ଷଣିକ ମଧ୍ୟରେ ।
ଭକ୍ତ ସାଲବେଗ କରିଲ ନିଜର
    ଜାତି ଧର୍ମ ଗଲା ଉଠି
ବ୍ୟଞ୍ଜନ ଭୋଜନ ସଭିଏଁ ଏକାଠି
    ଭାବ ଥିବା ଯେ ସବୁଠି।
ବଳରାମ ଦାସ ବାଲି ରଥ କରି
    ଭାବ ଭକ୍ତି ଡାକ ଦେଲା
ବଡ଼ଦାଣ୍ଡ ରଥ ରହିଲା ଅଟକି
   ଶୁଣିଲ ତାଡାକୁ ଭଲା।
ସେ ବନ୍ଧୁ ମହାନ୍ତି କଥା ବୁଝି ଗଲ
    ଡାକିଲ ପାଖକୁ ଆସ
ଶରଧା ବଢିଲା ଉତ୍ସାହ ରହିଲା
    ତାକୁ ଦେଲ ଯେ ସାହସ।
ମୋବେଳକୁ ହରି କାହିଁକି ନିରାସ
    ତୋ ପାଦେ ରହିଲି ବସି
ଯେତେ ଯାହା କର ଛାଡ଼ି ନାହିଁ ପଦ
    କେବେ କରିବ ମୋ ଖୁସି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ପଡିଆହତ ଥିବା ବେଳେ ଚିକିତ୍ସିତ ଅବସ୍ଥା ରେ ଆଜି ବାହୁଡା ଯାତ୍ରା ଦିନ ତାଙ୍କ ମୃତ୍ୟୁ

ମଦନପୁର ରାମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

Leave a Comment

error: Content is protected !!