ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଭାଙ୍ଗିଲା ୨ ପରିବାରର ଘର, ସରକାରୀ ସହାୟତା ଦାବି

କୋକସରା,୧୪/୭ -( ମ ନି ସ ).ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିରକାପଡା ର ୨ ଗରିବ ପରିବାରଙ୍କ ଘର ଭାଙ୍ଗି ଯାଇଛି । ଘର ଭାଙ୍ଗିବା ପରେ ପରିବାରକୁ ଧରି ନିରାଶ୍ରୟ ହୋଇ ଭଙ୍ଗା ଘରର ଏକ କୋଣ ରେ ଆଶ୍ରୟ ନେଇଛନ୍ତି ଦୁଇ ପରିବାର। ଅଭିଯୋଗ ଅନୁସାରେ ଭିର୍କାପଡା ର ଟଙ୍କଧର ଧଙ୍ଗଡା ମାଝୀ ଓ କୁମୁଦ ଚନ୍ଦ୍ର ଧଙ୍ଗଡା ମାଝୀ ଗରିବ ଶ୍ରେଣୀ ର ହୋଇଥିବା ବେଳେ ବର୍ଷ ବର୍ଷ ଧରି ଆବାସ ଘର ପାଇଁ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ସମେତ ସରପଞ୍ଚଙ୍କୁ ହାରି ଗୁହାରି କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆବାସ ଯୋଜନା ରେ ଘର ଖଣ୍ଡେ ମିଳିନାହିଁ । ଫଳରେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । ହେଲେ ମଙ୍ଗଳବାର ଲଗାଣ ବର୍ଷାରେ ଦୁଇ ପରିବାର ଘର ଭାଙ୍ଗିଯିବା ପରେ ଟଙ୍କଧର ସ୍ତ୍ରୀ ଦେବକୀ, ଝିଅ ମନୋରମା, ପୁଅ ବୈଷ୍ଣବ ଓ ବିଧବା ମା ବାଳମତି ବେୱା ଏଭଳି ୫ ପ୍ରାଣୀ ଦୟନୀୟ ସ୍ଥିତିରେ ରହୁଥିବା ଟଙ୍କଧର ପ୍ରକାଶ କରିଛନ୍ତି। ଟଙ୍କଧର ଙ୍କ ମା ବାଲମତି ତାଙ୍କ ସ୍ବାମୀ ମୃତ୍ୟୁ ହେବାର ୭ ବର୍ଷ ବିତି ଯାଇଥିଲେ ହେଁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିବାରୁ ବଞ୍ଚିତଥିବାରୁ ସେ ମଧ୍ୟ ଘର ଭାଙ୍ଗିବା ପରେ ଏବେ ବେଘର୍ ହୋଇପଡିଛନ୍ତି । ଅନ୍ୟ ପକ୍ଷରେ କୁମୁଦ ଚନ୍ଦ୍ର ଧଙ୍ଗଡା ମାଝୀ ମଧ୍ୟ ସ୍ତ୍ରୀ ଜୟନ୍ତୀ, ଦୁଇ ଝିଅ କୌଶଲ୍ୟା, ଡୋଲେଶ୍ୱରୀ, ପୁଅ ଗୁଣନିଧି ଓ ମା ହେମ ବେୱା ଙ୍କ ସହ ରହୁଥିଲେ । ତାଙ୍କ ଘର ମଧ୍ୟ ବର୍ଷାରେ ଭାଙ୍ଗିଯିବା ପରେ ସେ ମଧ୍ୟ ବେସାହାରା ହୋଇ ପଡିଛନ୍ତି। ଏନେଇ ଲଡୁଗାଁ ରାଜସ୍ୱ ନିରୀକ୍ଷିକା ମମତା ସାଏ ଙ୍କୁ ପଚାରିବାରୁ ଦୁଇ ପରିବାର ଙ୍କ ଘର ଭାଙ୍ଗିଛି ଓ ସେମାନଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଳି କହିଛନ୍ତି। ତେବେ ଦୁଇ ପରିବାରକୁ ଆବାସ ଯୋଜନାରେ ସାମିଲ କରି ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇଦେବା ପାଇଁ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Related posts

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର

Sunil Chandra Nayak

ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ତୃପ୍ତି ରାଣୀ ପାତ୍ର ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!