ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରଵ:-୬

ହଜିଲା ଦରଵ:—୬

 ଦିଲ୍ଲୀପ କୁମାର ନନ୍ଦୀ

ନୋଥଣି ବସଣି ସିନ୍ଦୁକ ସନ୍ଧିରେ
ଚ଼ିତାକୁଟା ଉଠି ଗଲାଣି
ହଳଦୀ ତେଲକୁ କିଏବା ପଚାରେ
କଣ୍ଡିସନ ମଖା କେଶରେ।୧।
ଅଣ୍ଟା ସୁତାରୁ ତ ମୁହାଣ୍ଡି ହଜିଲା
କଞ୍ଚିକାଠି ନାହିଁ କଟିରେ
ଖୋଷଣି ଗଣ୍ଠିଟା ଖସିତ ଗଲାଣି
କୁଞ୍ଚ ଶୋଭା ନାଭି ଦେଶରେ।୨।
ମୁଦି ଝୁଣ୍ଟିଆ ତ ଝୁଣ୍ଟି ହଜିଲାଣି
ଶଙ୍ଖାରୀଟା ଶଙ୍କି ଗଲାଣି
କାଞ୍ଜି ଖଞ୍ଜା ନାହିଁ ଇସାଣ କୋଣରେ
ଥଣ୍ଡାପାନୀୟରେ ଚର୍ଚ୍ଚାରେ।୩।
ଗୋପାଳ ପୁଅଟା କୁହାଟ ଛାଡ଼ୁଛି
ଦୁଗ୍ଧ ଭାର ଧରି କାନ୍ଧରେ
ବିଦେଶୀ ବୋତଲ ଠିପି ଖୋଲିଦେଲେ
ଅତିଥି ତ ଭାରି ମୁଗ୍ଧରେ।୪।
କାଏମା, ଧର୍ମଶାଳା, ଯାଜପୁର

Related posts

ଲୁଣିବାହାଲ ରେ ସାପ୍ତାହିକ ହାଟ ର ଶୁଭାରମ୍ଭ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କଲମ କହେ

Sunil Chandra Nayak

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Sunil Chandra Nayak

Leave a Comment

error: Content is protected !!