ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଧନା ପଣ୍ଡା ଙ୍କ କବିତା ବଡ ଦେଉଳିଆ ଠାକୁର 

ବଡ ଦେଉଳିଆ ଠାକୁର 

        ସାଧନା ପଣ୍ଡା 

ଧନ୍ୟ ବଡଦାଣ୍ଡ 
ଧନ୍ୟ ତାର ବାଲି
ଧନ୍ୟ ତୋ ବଡ ଦେଉଳ
 ଯା’ର ପଦ ଶ୍ପର୍ସେ
ପାବନ ହୁଅଇ 
ସେ ତ ଜଗତ ଠାକୁର ।
ଶ୍ରୀକ୍ଷେତ୍ରରେ ବସି
ଲୀଳା ରଚାଉଛି 
ଧରି ଭାଇ ଭଉଣୀଙ୍କି ତାର
ଭକତ ଜନଙ୍କ
 ମନ ମୋହୁଅଛି
ଦେଖାଇ ରଙ୍ଗା ଅଧର ।
ଟେକି ବେନି ଭୁଜ 
 ଜାଚଇ ଶରଣ
ଲୀଳାମୟ କଳା ଠାକୁର
ଅଗତିର ଗତି
ଦିଅ ତୁ ମୁକତି
ପରଂବ୍ରହ୍ମ ନିରାକାର ।
କରପତ୍ର ଯୋଡି
କରୁଛି ଗୁହାରି 
ତୁହି ତ କ୍ଷମାର ସାଗର 
କ୍ଷମି ସବୁ ଦୋଷ 
ଡାକି ନିଅ ପାଶ
ବିଷମ ଲାଗଇ ସଂସାର ,
କୃପଣ ନ ହୁଅ ଏଥର 
ହେ ବଡ ଦେଉଳିଆ ଠାକୁର !

ସାଧନା ପଣ୍ଡା 

ଭୁବନେଶ୍ବର

Related posts

ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ 

Sunil Chandra Nayak

ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!