Uncategorizedଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ by Sunil Chandra NayakJuly 18, 20220181 Share0 ସାଥୀ ଉପେନ୍ଦ୍ର କୁମାର ବସ୍ତିଆ ତୁମ ସଙ୍ଗେ ସାଥୀ ମିଶୁଥିବି ନିତି ଖୋଜୁଥିବି ସାରା ଜୀବନରେ ଖୋଜିବାରେ ଯଦି ବ୍ୟାଘାତ ଘଟଇ ପାଇବି ମୁଁ ଆର ଜନମରେ ।। ଭଲ ପାଇବାଟା ନୁହେଁ ଧୂଳିଘର ଭାଙ୍ଗି ଗଲେ ପୁଣି ଗଢ଼ୁଥିବି ମନ ନୁହେଁ ସାଥୀ କାଗଜ କଲମ ନିତି ଲେଖି ନିତି ଚିରୁଥିବି ।। ଭଲ ପାଇବାଟା କାଚଘର ନୁହେଁ ପ୍ରତିବିମ୍ବ ଖାଲି ଦିଶୁଥିବ ମନ ଦେଇ ଯିଏ ଭଲପାଏ ସିଏ ହଜିଲା ମନଟା ଖୋଜୁ ଥିବ ।। କହିବାଟା ସାଥୀ ଭାଷା ନୁହେଁ ପ୍ରୀତି ଛାତି ତଳେ ଥିବା ମରମ କଥା ମନ ସହ ମନ ମିଶିଗଲେ ଥରେ ଆପେ ନଇଁଯାଏ ଆଖିର ପତା ।। ତୁମେ ସାଥୀ ଯଦି ଅଭିମାନ କରି ଫେରିଯାଅ ଆସି ସପନରେ ନିଜକୁ ନିଜେ ମୁଁ ସଜାଗ ରୁହଇ ସାରା ରାତି ବସି ଉଜାଗରେ ।। କୋଟି କାମନାର ପୋଖରୀ ତୁଠରେ କଇଁଟିଏ ହୋଇ ରହିଥିବି ଦୂର ଆକାଶର ଜହ୍ନ ରୂପ ତୁମ ପ୍ରୀତି ଜୋଛନାକୁ ଝୁରୁଥିବି ।। ରାଉରକେଲା