ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ

ସାଥୀ

ଉପେନ୍ଦ୍ର କୁମାର ବସ୍ତିଆ

    
ତୁମ ସଙ୍ଗେ ସାଥୀ ମିଶୁଥିବି ନିତି
ଖୋଜୁଥିବି ସାରା ଜୀବନରେ 
ଖୋଜିବାରେ ଯଦି ବ୍ୟାଘାତ ଘଟଇ 
ପାଇବି ମୁଁ ଆର ଜନମରେ ।।
ଭଲ ପାଇବାଟା ନୁହେଁ ଧୂଳିଘର 
ଭାଙ୍ଗି ଗଲେ ପୁଣି ଗଢ଼ୁଥିବି 
ମନ ନୁହେଁ ସାଥୀ କାଗଜ କଲମ 
ନିତି ଲେଖି ନିତି ଚିରୁଥିବି ।।
ଭଲ ପାଇବାଟା କାଚଘର ନୁହେଁ 
ପ୍ରତିବିମ୍ବ ଖାଲି ଦିଶୁଥିବ 
ମନ ଦେଇ ଯିଏ ଭଲପାଏ ସିଏ 
ହଜିଲା ମନଟା ଖୋଜୁ ଥିବ ।।
କହିବାଟା ସାଥୀ ଭାଷା ନୁହେଁ ପ୍ରୀତି 
ଛାତି ତଳେ ଥିବା ମରମ କଥା 
ମନ ସହ ମନ ମିଶିଗଲେ ଥରେ 
ଆପେ ନଇଁଯାଏ ଆଖିର ପତା ।।
ତୁମେ ସାଥୀ ଯଦି ଅଭିମାନ କରି 
ଫେରିଯାଅ ଆସି ସପନରେ 
ନିଜକୁ ନିଜେ ମୁଁ ସଜାଗ ରୁହଇ 
ସାରା ରାତି ବସି ଉଜାଗରେ ।।
କୋଟି କାମନାର ପୋଖରୀ ତୁଠରେ 
କଇଁଟିଏ ହୋଇ ରହିଥିବି 
ଦୂର ଆକାଶର ଜହ୍ନ ରୂପ ତୁମ 
ପ୍ରୀତି ଜୋଛନାକୁ ଝୁରୁଥିବି ।।

ରାଉରକେଲା

Related posts

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କବିର୍‌ ମନର୍‌ କଥା

Leave a Comment

error: Content is protected !!