ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରିଫ୍ ମଣ୍ଡି ରେ ଧାନ ବିକ୍ରୀ ପାଇଁ ଲ୍ୟାମ୍ପ ଆଗରେ ଚାଷୀ ଙ୍କ ପ୍ରବଳ ଭିଡ

ଚନ୍ଦାହାଣ୍ଡି (୧୮/୭ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ମଙ୍ଗଳବାର ଦିନ ୨୦୨୨ ଖରିଫ ମଣ୍ଡି ରେ ଧାନ ବିକ୍ରୀ ପଞ୍ଜୀକରଣ କରିବା ସକାଶେ ଚନ୍ଦାହାଣ୍ଡି ସମବାୟ ସମିତି, କାଉନ୍ଟର ଆଗରେ ଚାଷୀ ଙ୍କ ପ୍ରବଳ ଭିଡ ଲାଗି ଥିବା ନେଇ ସାଧାରଣ ରେ ତିବ୍ର ଅସନ୍ତୋଷ୍ଟ ଦେଖା ଦେଇଛି । ବର୍ତମାନ ମହାମାରୀ କରୋନା ନବରଙ୍ଗପୁର ଜିଲ୍ଲା ରେ ପାଦ ଦେଇଥିବା ଥିବା ବେଳେ ପରୋକ୍ଷ ଭାବରେ ଏତା ଦ୍ରୁଶ୍ୟ ବିନା ମାକ୍ସ ଏବଂ ଦୂରତା ଭୁଲି କାଉଣ୍ଟର ଆଗରେ ପଞ୍ଜୀକରଣ ପାଇଁ ଚାଷୀ ଖୁନ୍ଦା ଖୁନ୍ଦି ହୋଇ ପ୍ରବଳ ଭିଡ ଜମାଇବା ଦ୍ୱାରା ପରୋକ୍ଷ ରେ ମହାମାରୀ କରୋନା କୁ ଚନ୍ଦାହାଣ୍ଡି ବ୍ଲକ କୁ ସ୍ୱାଗତ କରାଯାଉଛି ବୋଲି ଏଠାରେ ବୁଦ୍ଦିଜିବୀ ମାନେ ମତବ୍ୟକ୍ତ କରିଛନ୍ତି । ଏଦିଗରେ ପ୍ରଶାସନ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରା ଯାଇଛି ।ପ୍ରାପ୍ତ ସୂଚନା ନୁସା ରେ ଗତ ୧୫ ତାରିଖ ଠାରୁ ଜିଲ୍ଲା ରେ ଚଳିତ ୨୦୨୨ ଖରିଫ୍ ମଣ୍ଡି ରେ ଚନ୍ଦାହାଣ୍ଡି ବ୍ଲକ ରେ ଖୋଲାଯାଇ ଥିବା ୬ ଗୋଟି ମଣ୍ଡି ର ଚାଷୀ ମାନେ ପଞ୍ଜୀକରଣ ପାଇଁ ଲ୍ୟମ୍ପ ରେ ଆବେଦନ କରୁଛନ୍ତି । ମଙ୍ଗଳବାର ଦିନ ଚନ୍ଦାହାଣ୍ଡି ଲ୍ୟାମ୍ପ ପରିସର ରେ ତଥା ଥାନା ସମୁଖରେ ଚାଷୀ ଙ୍କ ପ୍ରବଳ ଭିଡ ଜମିବା ସହ ଚନ୍ଦାହାଣ୍ଡି ଧୂରୁଆପଡା ମେଡିକାଲ ରାସ୍ତା ରେ ଚାଷୀ ଙ୍କ ଭିଡ ରେ ସାଧାରଣ ଯାତାୟତ ରେ କିଛି ସମୟ ପାଇଁ ବ୍ୟାଘାତ ଦେଖା ଦେଇଥିଲା । ୬ ଟି ମଣ୍ଡି ର ଚାଷୀ ପଞ୍ଜୀକରଣ ପାଇଁ ୬ ଟି କାଉନ୍ଟର ର ବ୍ୟବସ୍ଥା କରାଯାଇ ଥିଲା ତଥାପି ଭିଡ ଅଣlୟତ ହୋଇ ପଡୁଥିଲା । ପଞ୍ଜୀକରଣ ପାଇଁ ଆସି ଥିବା ଚାଷୀ ମାନେ ବିଶେଷ ଭାବରେ ହଇରାଣ ହୋଇ ପଡୁଥିବା ଦେଖିବା କୁ ମିଳିଥିଲା । ପ୍ରତି ପଂଚାୟତ ରେ ଧାନ ମଣ୍ଡି ପଞ୍ଜୀକରଣ ବ୍ୟବସ୍ଥା କରିବା ପାଇଁ ଚାଷୀ ମାନେ ଏଠାରେ ଦାବୀ କରିଛନ୍ତି । ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ଲ୍ୟାମ୍ପ ପରିଚାଳନା ନିର୍ଦେଶକ ବାବୁଲା ସ୍ୱାଇଁ ଙ୍କୁ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରା ଜାଇ ଥିଲା ସେ ଫୋନ୍ ନ ଉଠାଇବା ରୁ ତାଙ୍କ ପ୍ରତିକ୍ରିୟା ମିଲିପାରି ନ ଥିଲା । ଏଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରାଯାଇଛି ।ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରଙ୍କୁ ଭେଟିଲେ ନକଟିକାନି ଗ୍ରାମବାସୀ

ରାଇରଙ୍ଗପୁରରେ ଉତ୍ତର ଭାରତୀୟ ସଂପ୍ରଦାୟ ପକ୍ଷରୁ ଛଠ୍ ପର୍ବ ମହାସମାରୋହରେ ପାଳିତ

Sunil Chandra Nayak

ପ୍ରକାଶ କୁମାର ମିଶ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା 

Leave a Comment

error: Content is protected !!