ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ପାଦ ତଳେ ଶରଣ ପଶୁଛି
    ଦୋଷାଦୋଷ କର କ୍ଷମା
ବାଳୁତ କାଳରୁ କିଦୋଷ କରିଛି
     କ୍ଷମା କର ହେମଣିମା।
ତୁମେ ତ ଈଶ୍ୱର କ୍ଷମାର ସାଗର
    କା ପାଶେ ନେବି ଶରଣ
ତୁମ ହାତ ଧରି ହୋଇ ଯିବା ପାରି
     ଭରସା ଦିଅ ପ୍ରମାଣ।
ଏତିକି ମିନତୀ ରଖୁଛି ଭକତି
     ଯାହା ଇଛା ମୋ ଭାଗ୍ୟର
ନିଜ ଦୋଷ ବଳ ଭୋଗିବାକୁ ହବ
    ସାହାଯ୍ୟ କର ଈଶ୍ୱର।
ସମସ୍ତ ଗଢିଛ ଧରଣୀ ତୁମରି
    ଶାନ୍ତି ଦିଅ ଜୀବ ସ୍ଥଳେ
ଚାହିଁଛି ମୁଖକୁ ଦୁଃଖ ନେବ ବୋଲି
    ବସିଛି ପାଦର ତଳେ।
ଦେଖି ଦେଲେ ମୁଖ ଚାଲିଯିବଦୂଃଖ
     ହସି କହ ପଦ କଥା
ଏ ବିଶ୍ୱ ସଂସାରୁ କଷ୍ଟ ଦୂର କର
     ସମାଜରୁ ଯାଉ ବ୍ୟଥା।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଦୈନିକ ଖବର କାଗଜ ‘ସକାଳ’ ଓ ଜୁନିଅରରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରାରୋପଣ ସହ କାନଖା ଚାଷୀଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Sunil Chandra Nayak

Leave a Comment

error: Content is protected !!