ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ପାଦ ତଳେ ଶରଣ ପଶୁଛି
    ଦୋଷାଦୋଷ କର କ୍ଷମା
ବାଳୁତ କାଳରୁ କିଦୋଷ କରିଛି
     କ୍ଷମା କର ହେମଣିମା।
ତୁମେ ତ ଈଶ୍ୱର କ୍ଷମାର ସାଗର
    କା ପାଶେ ନେବି ଶରଣ
ତୁମ ହାତ ଧରି ହୋଇ ଯିବା ପାରି
     ଭରସା ଦିଅ ପ୍ରମାଣ।
ଏତିକି ମିନତୀ ରଖୁଛି ଭକତି
     ଯାହା ଇଛା ମୋ ଭାଗ୍ୟର
ନିଜ ଦୋଷ ବଳ ଭୋଗିବାକୁ ହବ
    ସାହାଯ୍ୟ କର ଈଶ୍ୱର।
ସମସ୍ତ ଗଢିଛ ଧରଣୀ ତୁମରି
    ଶାନ୍ତି ଦିଅ ଜୀବ ସ୍ଥଳେ
ଚାହିଁଛି ମୁଖକୁ ଦୁଃଖ ନେବ ବୋଲି
    ବସିଛି ପାଦର ତଳେ।
ଦେଖି ଦେଲେ ମୁଖ ଚାଲିଯିବଦୂଃଖ
     ହସି କହ ପଦ କଥା
ଏ ବିଶ୍ୱ ସଂସାରୁ କଷ୍ଟ ଦୂର କର
     ସମାଜରୁ ଯାଉ ବ୍ୟଥା।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମୋଟର ସାଇକେଲ ଚୋରି ରାକେଟର ପର୍ଦାଫାସ ,୩ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ବାବା ସାହେବ ଙ୍କ ୬୬ତମ ମହା ପରି ନିର୍ବାଣ ଦିବସ ପାଳିତ

Sunil Chandra Nayak

ଚିଲିଗୁଡା ନୀଳମାଧଵ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!