ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଟୀକା ନେଇ ଏକ ମାସ ର ଶିଶୁ ମୃତ

ଚନ୍ଦାହାଣ୍ଡି 21/7(ମନିସ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପଟଖଲିଆ ପଂଚାୟତ ଚିଲିଗାଁ ଗ୍ରାମର ଗୁଣଧର କନିଅରଙ୍କ ଏକ ମାସ 13 ଦିନ ର ଶିଶୁ ପୁତ୍ର ଗତ ବୁଧବାର ଦିନ ଚିଲିଗାଁ ଅଙ୍ଗନବାଡି କେନ୍ଦ୍ର ଠାରେ ଟୀକା ନେଇ ଗୁରୁବାର ଦିନ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ବରଣ କରି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏବାବଦ ରେ ଚନ୍ଦାହାଣ୍ଡି ଥାନା ରେ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନ ଥିବା ଥାନା ସୂତ୍ର ରୁ ଜଣା ପଡିଛି l ଏ ଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ପରିବାର ଲୋକେ ଦାବୀ କରିଛନ୍ତି l

ପ୍ରାପ୍ତ ସୂଚନା ନୁସାରେ ଗତ ବୁଧବାର ଦିନ,ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ତରଫରୁ ଚିଲିଗାଁ ଅଙ୍ଗନୱାଡି କେନ୍ଦ୍ର ଠାରେ ଶିଶୁ ଏବଂ ଗର୍ଭବତୀ ମାନଙ୍କୁ ପ୍ରତିଶୋଧକ ଟୀକାକରଣ କରା ଯାଇ ଥିଲା l ଅଙ୍ଗନୱାଡି କର୍ମୀ ରାୟବାରୀ ସୋରିଙ୍କ ସହ ଏଏନଏମ ରେବତୀ ନାୟକ ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ଏବଂ ଗର୍ଭବତୀ ମାନଙ୍କୁ ଟୀକାକରଣ କରିଥିଲେ l ସର୍ବମୋଟ 14 ଜଣଙ୍କୁ ପ୍ରତିଷେଧକ ଟୀକା ଦିଆ ଯାଇଥିବା ବେଳେ 3 ଜଣ 1 ମାସ ର ଶିଶୁ ରହିଥିବା ନେଇ ବି ପି ଏମ ସୁଦୀପ୍ତ କୁମାର ରାଉତ ପ୍ରକାଶ କରିଛନ୍ତି l ଶିଶୁ ଙ୍କୁ ଡିଇଏନ 1 ପିସି ଭି 1, ଏଲପିଭି 1, ଓ ପିଭି 1, ରୋଟା 1 ଟୀକା 1ମାସ ଶିଶୁ ଙ୍କୁ ଦିଆ ଯାଇ ଥିବା ସେ ସୂଚନା ଦେଇଛନ୍ତି l ଗୁଣଧର କନିଅର ଙ୍କ ଏକ ମାସ 13 ଦିନ ର ଶିଶୁ ପୁତ୍ର ଙ୍କୁ ମଧ୍ୟ ଏ ଏନଏମ ରେବତୀ ନାୟକ ଟୀକା ଦେଇ ଥିଲେ l ଟୀକା ନେବା ପରେ ଶିଶୁ ପୁତ୍ର କୁ ପ୍ରବଳ ଜ୍ୱର ହେବା ସହ ହାକୁଟି ହେବାରୁ ପରିବାର ଲୋକେ 108 ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିବା ପରେ ଡାକ୍ତର ସନ୍ଦୀପ ଶତପଥୀ ଶିଶୁ ପୁତ୍ର ର ଚିକିତ୍ସା କରିଥିଲେ l ଚିକିତ୍ସା ଧୀନ ଅବସ୍ଥା ରେ ଶିଶୁପୁତ୍ର ଆଖିବୁଜି ଦେବାରୁ ପରିବାର ଲୋକେ ଭାଙ୍ଗି ପଡିବା ସହ ଟୀକାକରଣ କରି ଥିବା ଏଏନଏମ ଏବଂ ସ୍ଵାସ୍ତ୍ୟ ବିଭାଗ କୁ ଦାୟୀ କରିଛନ୍ତି l ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରି ଉଚିତ ପଦକ୍ଷେପ ନେବା କୁ ପରିବାର ଲୋକେ ଦାବୀ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମାରଓ୍ବାଡୀ ଯୁବାମଞ୍ଚ ପକ୍ଷରୁ କାର୍ଯ୍ୟକ୍ରମ ରକ୍ତ ଦାନ ମହାଦାନ 

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପ୍ରତି ସୁଦୃଷ୍ଟି ପଡିଲା :ଡାକ୍ତର ଷ୍ଟାଫ ନର୍ସ ଫାର୍ମାସିଷ୍ଟ ଓ ଲାବୋରାଟୋରି ଟେକ୍ନିସିଅନ ଦେଲେ

Sunil Chandra Nayak

Leave a Comment

error: Content is protected !!