ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁ

ଅରୂପ କୁମାର ବିଶ୍ବାଳ

ମହାମହିମ ରାଷ୍ଟ୍ରପତି ହେ 
ଗର୍ବ ତୁମେ ଓଡିଶାର,
ଦ୍ରୌପଦୀ ମୁର୍ମୁ ହେ ତୁମକୁ ସଲାମ
କରୁଛୁ ହେ ବାରମ୍ବାର।
ଓଡିଶା ମାଟିର ଗଉରବ ତୁମେ
ଭାରତର ରାଷ୍ଟ୍ରପତି,
ଏଇ ଭାରତର ସର୍ବୋଚ୍ଚ ଆସନେ
ହୋଇଅଛ ଅଧିପତି।
ପାହାଡ ପୁରରେ ଜନମି ଥିଲ ହେ
ଏଇ ଓଡିଶାର କନ୍ୟା,
ଏ ସାରା ଭାରତେ ରଚି ଇତିହାସ
ଆହେ ମୁର୍ମୁ ତୁମେ ଧନ୍ୟା।
ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ହୋଇଲ
ସାରା ବିଶ୍ବ ଦରବାରରେ,
ଓଡିଶା ମହତ ଓଡିଶା ଗୌରବ
ଲେଖିଲ ସ୍ବର୍ଣ୍ଣ ଅକ୍ଷରେ।
କିରାଣୀ,ଶିକ୍ଷୟତ୍ରୀ,କର୍ପୋରେଟର
ହେଲ ବିଧାୟକ ମନ୍ତ୍ରୀ,
ରାଜ୍ୟପାଳ ହେଲ ଝାଡ଼ଖଣ୍ଡ ରାଜ୍ୟର
ପୁଣି ହେଲ ରାଷ୍ଟ୍ରପତି।
ବନଭୂମି ଘେରା ମୟୂରଭଞ୍ଜର
ତୁମେ ତ ସଫଳ ସୃଷ୍ଟି,
ଇତିହାସ ତୁମେ ସୃଷ୍ଟ କରିଗଲ
ଅଭୁଲା ତୁମର କୀର୍ତ୍ତି।
ସହକାରୀ ଶିକ୍ଷକ
ଏନ୍.ଏ.ସି ବାଳିକା ଉଚ୍ଚ ବିଦ୍ୟାଳୟ, ପାରାଦୀପ

Related posts

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଓକିଲ ଇନ୍ଦ୍ରଜିତ ସେନଗୁପ୍ତ ଆରପାରିରେ

Sunil Chandra Nayak

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!